19.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଅଜୟ ମିଶ୍ରଙ୍କୁ ଇସ୍ତଫା ଦେବା ଉଚିତ: ରାହୁଲ ଗାନ୍ଧୀ

ଅଜୟ ମିଶ୍ରଙ୍କୁ ଇସ୍ତଫା ଦେବା ଉଚିତ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ଅଜୟ ମିଶ୍ରଙ୍କୁ ଇସ୍ତଫା ଦେବା ଉଚିତ । ସେ ଜଣେ ଅପରାଧୀ । ଖେରୀ ଘଟଣା ଏକ ହତ୍ୟାକାଣ୍ଡ । ଏ ହତ୍ୟାକାଣ୍ଡରେ ମନ୍ତ୍ରୀ ଅଜୟ ମିଶ୍ରଙ୍କ ସଂପୃକ୍ତି ରହିଛି । ତେଣୁ ସେ ଇସ୍ତଫା ଦିଅନ୍ତୁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ତାଙ୍କ ସହ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହି ପ୍ରସଙ୍ଗରେ ମୁହଁ ଖୋଲିଥିବାର ଦେଖିବାକୁ ମିଳିଛି । ଲଖିମପୁର ଖେରୀ ଘଟଣା ଏକ ହତ୍ୟାକାଣ୍ଡ । ମନ୍ତ୍ରୀ ଅଜୟ ମିଶ୍ରଙ୍କର ଏହି ଘଟଣାରେ ରହିଛି ହାତ । ଏନେଇ ୟୁପି ବିଧାନସଭା ଆଗରେ ଧାରଣା ଦେଇ ଅଜୟ ମିଶ୍ର ବିଧାନସଭାରୁ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ବିଧାୟକ ଦଳ । ସେପଟେ ସଂସଦରେ ମଧ୍ୟ ଏକଥା ଉଠାଇଛନ୍ତି ରାହୁଲ ଗାନ୍ଧୀ । ତେବେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କର ଖେରୀ ଘଟଣାରେ ସଂପୃକ୍ତି ରହିଛି । ତେଣୁ ସେ ଇପ୍ତଫା ଦିଅନ୍ତୁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଏପରିକି ସଂସଦର ଉଭୟ ଗୃହରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି । ବିରୋଧୀ ହାତରେ ପ୍ଲାକାର୍ଡ ଧରି ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିବାର ଦେଖିବାକୁ ମିଳିଛି । ହଟ୍ଟଗୋଳ ଯୋଗୁଁ ଉଭୟ ଗୃହକୁ ଦିନ ୨ଟା ଯାଏ ମୁଲତବୀ ଘୋଷଣା କରାଯାଇଛି ।

ଅକ୍ଟୋବର ୩ ତାରିଖରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ଗାଡ଼ି ଦୁର୍ଘଟଣାରେ ଆନ୍ଦୋଳନରତ ୪ ଜଣ ଚାଷୀଙ୍କ ସମେତ ୮ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ଜଣେ ସ୍ଥାନୀୟ ସାମ୍ବାଦିକଙ୍କ ପ୍ରାଣ ମଧ୍ୟ ଯାଇଥିଲା । ଏହି ମାମଲାରେ ଏସଆଇଟି ଏପର୍ଯ୍ୟନ୍ତ ଆଶିଷ ମିଶ୍ରଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଥିବାର ସୂଚନା ମିଳିଛି ।ମନ୍ତ୍ରୀଙ୍କ ଇସ୍ତଫା ପାଇଁ ବାରମ୍ବାର ବିରୋଧୀ ଦାବି କରିଆସୁଛନ୍ତି । ସଂସଦରେ ମଧ୍ୟ ହଟ୍ଟଗଳ କରୁଛନ୍ତି । ସେପଟେ ମନ୍ତ୍ରୀଙ୍କୁ ବରଖାସ୍ତ କରାଯାଉ ବୋଲି ପ୍ରୟଙ୍କା ଗାନ୍ଧୀ ମଧ୍ୟ ଟ୍ୱିଟ କରିଥିବାର ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ଶାସକ ଦଳଙ୍କ କଣ ପଦକ୍ଷେପ ରହୁଛି ତାହା ଦେଖିବାକୁ ବାକି ରହିଲା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking