ବାରିପଦା: ବାରିପଦା ମଣ୍ଡଳ କାରାଗାରରେ ରହିଥିବା ଜନୈକ ବିଚାରାଧୀନ କଏଦୀ ସଙ୍କୁ ରାଏ(୨୭)ଙ୍କର ମୃତ୍ୟୁ ଘଟିଛି । ଅସୁସ୍ଥ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଆଜି ମଧ୍ୟାହ୍ନ ୧୨ଟା ୫୫ ସମୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅପରାହ୍ନ ଦେଢ଼ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ଚିକିତ୍ସାଳୟ ପକ୍ଷରୁ ଘୋଷଣା କରାଯାଇଥିଲା । ଏ ସମ୍ପର୍କରେ ସ୍ଥାନୀୟ ମଣ୍ଡଳ କାରାଗାରର ବରିଷ୍ଠ ଅଧ୍ୟକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଅନୁଯାୟୀ ବାରିପଦା ଟାଉନ ଥାନାରେ ଆଜି ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ପୁଲିସ ତଦନ୍ତ ଆରମ୍ଭ ହୋଇଛି । ଅଧୀକ୍ଷକଙ୍କ ସୂଚନା ଅନୁଯାୟୀ ମୃତକ ଜଣକ ସ୍ଥାନୀୟ ବାରିପଦାସ୍ଥ ଅତିରିକ୍ତ ଦୌରାଜଜ(୨)ଙ୍କ ଆଦେଶକ୍ରମେ ଗତ ଜାନୁଆରୀ ୨୮ ତାରିଖଠାରୁ ବିଚାରାଧୀନ କଏଦୀ ଭାବେ ରହିଆସୁଥିଲେ ।