20.1 C
Bhubaneswar
Tuesday, November 19, 2024
Homeଦେଶ ବିଦେଶକୁଲ୍‌ଗାମ୍‌ ଏନ୍‌କାଉଣ୍ଟର୍‌ରେ ୨ ଆତଙ୍କବାଦୀ ସଫା

କୁଲ୍‌ଗାମ୍‌ ଏନ୍‌କାଉଣ୍ଟର୍‌ରେ ୨ ଆତଙ୍କବାଦୀ ସଫା

ଶ୍ରୀନଗର: ଦକ୍ଷିଣ କଶ୍ମୀରର କୁଲ୍‌ଗାମ୍‌ ଜିଲ୍ଲାର ରେଦ୍‌ୱାନି ଅଞ୍ଚଳରେ ଗତ ରାତିରୁ ନିରାପତ୍ତା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଗୁଳି ବିନିମୟ ଘଟଣାରେ ୨ଜଣ ଅଚିହ୍ନା ଆତଙ୍କବାଦୀ ସଫା ହୋଇଥିବା କଥା ଆଜି ଜମ୍ମୁ ଓ କଶ୍ମୀର ପୁଲିସ କହିଛି। ପୁଲିସ ଆହୁରି ମଧ୍ୟ କହିଛି ଯେ, ଏବେ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ଅଭିଯାନ ଜାରି ରହିଛି।

ଆତଙ୍କବାଦୀମାନଙ୍କ ଉପସ୍ଥିତି ସମ୍ବନ୍ଧରେ ସୁନିଶ୍ଚିତ ସୂଚନାକୁ ଆଧାର କରି ପୁଲିସ ଏବଂ ନିରାପତ୍ତା ବଳ ସେ ଅଞ୍ଚଳକୁ ‘କର୍ଡନ୍‌ ଅଫ୍‌’ କରି ତଲାସ ଅଭିଯାନ ଆରମ୍ଭ କରିଥିଲେ। ଆତଙ୍କବାଦୀମାନେ ଆତ୍ମଗୋପନ କରିଥିବା ସ୍ଥାନକୁ ନିରୂପଣ କରିବା ପରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା।ପୁଲ୍‌ୱାମା ଏନ୍‌କାଉଣ୍ଟର୍‌ରେ ୨ଜଣ ହିଜ୍‌ବୁଲ୍‌ ମୁଜାହିଦୀନ୍‌ ଆତଙ୍କବାଦୀ ନିରାପତ୍ତା ବଳର ଗୁଳି ଚୋଟରେ ନିହତ ହେବା ପରେ ଆଜିର ଘଟଣା ଘଟିଛି। ନିହତ ଆତଙ୍କବାଦୀମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଦୁର୍ଦାନ୍ତ ଆତଙ୍କବାଦୀ ଫିରୋଜ୍‌ ଅହମଦ୍‌ ଦର୍‌। ସେ ଅନେକ ଆତଙ୍କବାଦ ଅପରାଧରେ ସଂଶ୍ଳିଷ୍ଟ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking