ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ପିଜି ନାମଲେଖା ପ୍ରକ୍ରିୟା ଶେଷ ହେବା ପରେ ବଳକା ସିଟ୍ପୂରଣ ଲାଗି ଆଜିଠାରୁ ସ୍ପଟ୍ ନାମଲେଖା କରାଯିବ । ସେଥିଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି । ଛାତ୍ରଛାତ୍ରୀ ୧୯ ତାରିଖ ପର୍ଯ୍ୟନ୍ତ ସାମ୍ସ ୱେବସାଇଟରେ ନୂତନ ଭାବେ କମନ ଆପ୍ଲିକେସନ ଫର୍ମ ଦାଖଲ କରିପାରିବେ । ଏହାପରେ ୨୨ ତାରିଖରେ ଖାଲିଥିବା ସିଟ୍ ପାଇଁ ମେଧା ତାଲିକା ପ୍ରକାଶ ପାଇବ ।
ଯୋଗ୍ୟ ଛାତ୍ରଛାତ୍ରୀ ଆସନ୍ତା ୨୨ରୁ ୨୪ ତାରିଖ ମଧ୍ୟରେ ଇଣ୍ଟିମେସନ୍ ଲେଟର ସଂଗ୍ରହ କରିବା ସହ ଫି’ ଦାଖଲ କରିପାରିବେ । ୨୩ ଓ ୨୪ ତାରିଖରେ ସମ୍ପୃକ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ କରାଯିବ ଏବଂ ନାମଲେଖା ଅନୁଷ୍ଠିତ ହେବ। ୨୪ ତାରିଖ ସୁଦ୍ଧା ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ କରିବେ ।