21.1 C
Bhubaneswar
Monday, November 18, 2024
Homeଓଡିଶାରାଜଧାନୀରେ ଡ଼ିଜେ, ବାଣ ମନା : ରାତି ୧୦ଟା ପରେ ଶୋଭାଯାତ୍ରା ବନ୍ଦ

ରାଜଧାନୀରେ ଡ଼ିଜେ, ବାଣ ମନା : ରାତି ୧୦ଟା ପରେ ଶୋଭାଯାତ୍ରା ବନ୍ଦ

ଭୁବନେଶ୍ୱର: ରାଜଧାନୀର ସର୍ବସାଧାରଣ ସ୍ଥାନରେ ଡ଼ିଜେ ଓ ବାଣ ଫୁଟିପାରିବ ନାହିଁ । ଯିଏ ଅମାନିଆ ହେବେ ତାଙ୍କ ଘରକୁ ପୁଲିସ ଯିବ । ବାହାଘର, ବ୍ରତଘର ଶୋଭାଯାତ୍ରା ଏବଂ ରାଲିରେ ଏହି କଟକଣା ଲାଗୁ ହୋଇଛି । ଏଥିସହ ରାତି ୧୦ଟା ପରେ କର୍ଫ୍ୟୁ ଲାଗିଥିବାରୁ ରାଜଧାନୀରେ କୌଣସି ବିବାହ ଶୋଭାଯାତ୍ରା ପାଇଁ ଅନୁମତି ଦିଆଯାଇନାହିଁ । ତେଣୁ ଯିଏ ଏହି ନିୟମ ଖିଲାପ କରିବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ୱର ଡ଼ିସିପି ଡ଼. ଉମାଶଙ୍କର ଦାଶ କହିଛନ୍ତି । ଅନେକ ସମୟରେ ରାସ୍ତାରେ ଓ ଗଳିକନ୍ଦିରେ ବାହାଘର ଶୋଭାଯାତ୍ରାରେ ଆବଶ୍ୟକ ଠାରୁ ଅତିବେଶି ଶବ୍ଦରେ ଗୀତ ବାଜୁଛି ।

ଏମିତିକି ବାଣ ଫୁଟିବା ଦ୍ୱାରା ସାଧାରଣଲୋକଙ୍କ ଉପରେ କୁପ୍ରଭାବ ପଡୁଛି । ତେଣୁ ଏଭଳି ଘଟଣା ସାମ୍ନାକୁ ଆସିଲେ ସାଧାରଣଲୋକେ ପୁଲିସକୁ ସିଧା ଫୋନ୍ ଯୋଗେ ଅଭିଯୋଗ କରିପାରିବେ । ଏନେଇ ଭୁବନେଶ୍ୱର(ୟୁପିଡ଼ି)ପୁଲିସ ପକ୍ଷରୁ ଏକ ହେଲ୍ପଲାଇନ୍ ‘୦୬୭୪- ୨୫୪୦୨୯୪’ ନମ୍ବର ଜାରି ହୋଇଛି । ଏହି ନମ୍ବରକୁ ସକାଳ ୮ ଘଣ୍ଟାରୁ ରାତି ୧୦ ଘଣ୍ଟା ମଧ୍ୟରେ କଲ୍ କରି ଜଣାଇପାରିବେ ।

ଭୁବନେଶ୍ୱର ଡିସିପି କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ଲାଇସେନ୍ସ ସର୍ତ୍ତ ଅନୁଯାୟୀ, ବିବାହ ଶୋଭାଯାତ୍ରା ସମୟରେ କୌଣସି ଡ଼ିଜେ ଏବଂ ବାଣ ବା ଆତସବାଜିକୁ ଅନୁମତି ଦିଆଯାଇନାହିଁ । ତେଣୁ ସମସ୍ତ ଜନସାଧାରଣଙ୍କୁ ସର୍ତ୍ତ ଉଲ୍ଲଂଘନ ନକରିବାକୁ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି । ଏହାସହ ନିଜ ନିଜ ଅଞ୍ଚଳରେ ଯେପରି ନିୟମ ପାଳନ ହୁଏ ସେନେଇ ସ୍ଥାନୀୟ ପୁଲିସ ଧ୍ୟାନ ଦେବେ । ଏଥିପାଇଁ ସମସ୍ତ ଥାନାଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking