ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ଥାନା ମୂଳିସିଂ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଗଛି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଏକ ଦେଢ ବର୍ଷର ଶିଶୁପୁତ୍ର କିରୋସିନ ପିଇ ଦେବାରୁ ତାର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ତେବେ ମୃତ ଶିଶୁର ନାଁ ଦେବାଶିଷ ପିଥାଳ ।
ଆଜି ସକାଳେ ଗୁରୁପ୍ରସାଦ ଓ ତାଙ୍କ ପତ୍ନୀ ବିଲକୁ ଯାଇଥିଲେ । ଘରେ ଅନ୍ୟ ସଦସ୍ୟଙ୍କ ସହିତ ଶିଶୁ ଜଣଙ୍କ ରହିଥିଲା । ସେ ଘରେ ଖେଳୁଥିବା ବେଳେ ଏକ ବୋତଲରେ ଥିବା କିରୋସିନି ଠିପି ଖୋଲି ପିଇ ଦେଇଥିଲା । ପରେ ଏହା ଘର ଲୋକ ଦେଖି ତୁରନ୍ତ ଛୁଆଟିକୁ ଡାକ୍ତରଖାନାକୁ ନେଇଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ଏବେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।