26.1 C
Bhubaneswar
Sunday, November 24, 2024
Homeଓଡିଶାରୋଷେଇ କରୁଥିବା ବେଳେ ପୋଡିଗଲେ ମହିଳା

ରୋଷେଇ କରୁଥିବା ବେଳେ ପୋଡିଗଲେ ମହିଳା

ନୂଆଦିଲ୍ଲୀ : ଗ୍ୟାସରେ ଯଦି ରୋଷେଇ କରୁଛନ୍ତି ତେବେ ସାବଧାନତା ପରକ୍ଷନ୍ତୁ । ନଚେତ କେତେବେଳେ ବି ଘଟିପାରେ ଅଘଟଣ । ଏମିତି କିଛି ଅଘଟଣ ଘଟିଛି ଡେଙ୍କାନାଳ ଜିଲ୍ଲାରେ । ରୋଷେଇ କରୁଥିବା ବେଳେ ଗ୍ୟାସରେ ନିଆଁ ଲାଗି ଜଣେ ମହିଳା ଜଳି ଯାଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କାମାକ୍ଷାନଗର ଆଉ ତା ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତିରତ କରାଯାଇଛି ।

ଗୁରୁତର ମହିଳା ଜଣଙ୍କ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ରୋଡଗାଁ ପଡିଆସାହିର ବିଳାସିନୀ ସିଂହ । ବିଳାସିନୀ ଆଜି ଅପରାହ୍ନ ସମୟରେ ଗ୍ୟାସରେ ନିଜ ଘରେ ରୋଷେଇ କରୁଥିଲେ । ତେବେ ରୋଷେଇ କରୁଥିବା ବେଳେ ହଠାତ ଗ୍ୟାସ ଟାଙ୍କିରେ ନିଆଁ ଲାଗି ଯାଇଥିଲା । ଏହା ପରେ ବିଳାସୀନିଙ୍କ ଶରୀରକୁ ନିଆଁ ବ୍ୟାପି ଯାଇଥିଲା । ବିଳାସୀନିଙ୍କ ଚିତ୍କାର ଶୁଣି ପରିବାର ଲୋକେ ତାଙ୍କୁ ଗୁରୁତର ଆବସ୍ଥାରେ ଉଦ୍ଧାର କରିଥିଲେ । ପ୍ରଥମେ କାମାକ୍ଷାନଗର ମେଡିକାଲରେ ତାଙ୍କୁ ଭର୍ତ୍ତି କରିଥିଲେ ପରିବାର ଲୋକେ । ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ବିଳାସୀନିଙ୍କ ଶରୀରର ପ୍ରାୟ ୮୦ ଭାଗ ଅଂଶ ପୋଡି ଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking