18.1 C
Bhubaneswar
Tuesday, November 19, 2024
Homeଓଡିଶାମୌଳିକ ସୁବିଧା ଦାବିରେ ମହିଳା ସମାବେଶ

ମୌଳିକ ସୁବିଧା ଦାବିରେ ମହିଳା ସମାବେଶ

ଫିରିଙ୍ଗିଆ:  କନ୍ଧମାଳ ଜିଲ୍ଲା ଦ୍ୱିତୀୟ ବୃହତମ ବ୍ଲକ କୁହାଯାଉଥିବା ଫିରିଙ୍ଗିଆରେ ଏବେ ବି ଅନେକ ପଞ୍ଚାୟତ ରହିଛି ଯେଉଁଠି ଲୋକ ଏବେବି ବିଭିନ୍ନ ପ୍ରକାର ମୌଳିକ ସୁବିଧାରୁ ବଞ୍ôଚତ ହେଉଛନ୍ତି । ଏହି ବ୍ଲକ ଅଧୀନରେ ଥିବା ବାଳନ୍ଦାପଡା, ପାହିରେଜୁ, ଲୁଇସିଂ ଏବଂ କୁଏରମାଣ୍ଡୁ ଭଳି ପଞ୍ଚାୟତରେ ପ୍ରଶାସନିକ ଓ ରାଜନେତାମାନଙ୍କ ଉଦାସୀନତା ଯୋଗୁଁ ଏହି ପଞ୍ଚାୟତ ଅଧୀନରେ ବସବାସ କରିଆସୁଥିବା ଲୋକେ ବର୍ଷବର୍ଷଧରି ବିଭିନ୍ନ ମୌଳିକ ସୁବିଧାରୁ ବଞ୍ôଚତ ହେଉଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ ଭଳି ମୌଳିକ ସୁବିଧା ଟିକିଏ ପାଇବା ପାଇଁ ଏଠିକାର ଲୋକଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି ।

ଏହି ସୁବିଧା ପାଇବାକୁ ଦାବିକରି ଚାରୋଟି ପଞ୍ଚାୟତକୁ ନେଇ ଗଠିତ ହୋଇଥିବା ମହିଳା ମହାସଂଘ ତରଫରୁ ବାଳନ୍ଦାପଡା ଠାରେ ଏକ ବିରାଟ ମହିଳା ସମାବେଶ ହୋଇଥିଲା । ସଭାନେତ୍ରୀ ସସ୍ମିତା ଦିଗାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ସରପଞ୍ଚ ସୁଦର୍ଶନ କହଁର, ସାଂସଦ ପ୍ରତିନିଧି ବିଷ୍ନୁଚରଣ ମଲିକ, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ସାରଥୀ ମଲିକ ଯୋଗଦେଇଥିଲେ । ବର୍ଷବର୍ଷ ଧରି ଲାଗିରହିଥିବା ସମସ୍ୟା ଓ ତା’ର ସମାଧାନ ବିଷୟରେ ଆଲୋଚନା ହେବା ସହ ୮ଟି ପ୍ରମୁଖ ଦାବି କରାଯାଇଥିଲା ।

ବାଳନ୍ଦାପଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି, ବାଳନ୍ଦାପଡାରେ ଭାରତୀୟ ଷ୍ଟେଟବ୍ୟାଙ୍କ ର ଏକ ଶାଖା ପ୍ରତିଷ୍ଠା କରିବା , ବାଳନ୍ଦାପଡା ଠାରେ ନିର୍ମାଣ ହୋଇଥିବା ଜିଓ ଟାୱାରକୁ କାର୍ଯ୍ୟକ୍ଷମ କରିବା ସହ ବିଏସ୍‌ଏନ୍‌ଏଲ୍ ୪-ଜି ସେବା ତ୍ୱରାନ୍ୱିତ କରିବା, ଗୋଛାପଡାକୁ ସ୍ୱତନ୍ତ୍ର ବ୍ଲକ ଘୋଷଣା କରିବା, ଗୋଛାପଡା ଠାରେ ଥିବା ମଙ୍ଗଳ ବିଭାଗର ହାଇସ୍କୁଲକୁ ମହାବିଦ୍ୟାଳୟରରେ ତ୍ୱରାନ୍ନିତ କରିବା, ଗୋଛାପଡା ଠାରେ ଜିଓ ଟାୱାର କାର୍ଯ୍ୟକ୍ଷମ, ୨୦୧୧ ଜନଗଣନାରୁ ବାଦ୍ ପଡିଥିବା ୯ଟି ୱାର୍ଡର ଲୋକଙ୍କୁ ତାଲିକାଭୁକ୍ତ କରିବା, ବାଘଡଙ୍ଗେରିଠାରେ ଥିବା ସେବାଶ୍ରମ ବିଦ୍ୟାଳୟକୁ ଉଚ୍ଚବିଦ୍ୟାଳୟର ମାନ୍ୟତା ଦେବା ଆଦି ଦାବି ରଖାଯାଇଥିଲା ।  ଆଗାମୀ ଦିନରେ ଦାବିଗୁଡିକ ପୂରଣ କରାନଗଲେ ଅଞ୍ଚଳର ମହିଳାମାନଙ୍କ ସହ ସମସ୍ତ ଜନସାଧାରଣ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନିର୍ଦ୍ଦିଷ୍ଠ କାଳ ପାଇଁ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking