21.1 C
Bhubaneswar
Monday, November 18, 2024
Homeଓଡିଶାନିୟନ୍ତ୍ରଣକୁ ଫେରୁଛି ରାଜଧାନୀ ସଂକ୍ରମଣ : ହଜାରେ ତଳକୁ ଖସୁନି ସକ୍ରିୟଙ୍କ ସଂଖ୍ୟା

ନିୟନ୍ତ୍ରଣକୁ ଫେରୁଛି ରାଜଧାନୀ ସଂକ୍ରମଣ : ହଜାରେ ତଳକୁ ଖସୁନି ସକ୍ରିୟଙ୍କ ସଂଖ୍ୟା

ଭୁବନେଶ୍ୱର:  ଭୁବନେଶ୍ୱରରେ ପୁନଃ ବ୍ୟାପୁଥିବା ସଂକ୍ରମଣକୁ ନିୟନ୍ତ୍ରଣ କରୁଛି ବିଏମ୍‌ସି । ଗତ ୩ ଦିନ ହେବ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ୨ ଅଙ୍କରେ ସିମୀତ ରହିଥିବାବେଳେ ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ମାତ୍ର ୫୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୯୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଗମ୍ଭୀର ଥିବା ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିବାବେଳେ ଲକ୍ଷଣବିହୀନ ତଥା ସ୍ୱଳ୍ପ ଲକ୍ଷଣଧାରୀଙ୍କୁ ଗୃହ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଛି ।
ବିଏମ୍‌ସି ସୂଚନାରେ ଗତ ୧୦ ତାରିଖ ଦିନ ଭୁବନେଶ୍ୱରରୁ ୧୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଓ ୯୪ ସୁସ୍ଥ ହୋଇଥିଲେ ।

୧୧ ତାରିଖଠାରୁ ସଂଖ୍ୟା ନିୟନ୍ତ୍ରଣକୁ ଆସିବା ସହ ୮୧ ଆକ୍ରାନ୍ତ ଓ ୯୮ ସୁସ୍ଥ ହୋଇଥିଲେ । ୧୨ରେ ସଂଖ୍ୟା ଆହୁରି ଖସି ୬୩ରେ ପହଞ୍ଚିଥିବାବେଳେ ୯୧ ଜଣ ସୁସ୍ଥ ହୋଇଥିଲେ । ଗତ ୨୪ ଘର୍ଟାରେ ଏହି ସଂଖ୍ୟା କ୍ରମଶଃ ଆହୁରି ହ୍ରାସ ପାଇଥିବା ନଜରକୁ ଆସିଛି । କୋଭିଡ୍ ଅନୁରୂପି  ବ୍ୟବହାର ରଖିଲେ ଭୁବନେଶ୍ୱର କରୋନା ନିୟନ୍ତ୍ରଣରେ ବଡ଼ ସଫଳତା ହାସଲ କରିପାରିବ । କରୋନା ପ୍ରତିହତ କରିବାରେ ବିଏମ୍‌ସି ନାଗରିକଙ୍କ ସହଭାଗିତା ଖୋଜୁଛି ବୋଲି ବିଏମ୍‌ସି ଅଧିକାରୀ ପ୍ରକାଶ କରିଛନ୍ତି ।

ସେପଟେ କରୋନା ଜନିତ ମୃତ୍ୟୁକାଳୀନ ସହାୟତା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ବିଏମ୍‌ସି ଅଞ୍ଚଳରେ କରୋନାରେ ମୃତ୍ୟୁବରଣ କରିଥିବା ପ୍ରାୟ ସମସ୍ତ ଆବେଦନ ଆସିସାରିଛି । ଏଯାବତ ପ୍ରାୟ ୫୦% ଆବେଦନକୁ ଗୃହିତ କରାଯିବା ସହ ଆବେଦନକାରୀଙ୍କ ଦ୍ୱାରା ଯୋଗାଇଦିଆଯାଇଥିବା ପ୍ରମାଣପତ୍ରର ଯାଞ୍ଚ ଜାରି ରହିଛି ।

ଏନେଇ ଏକ ସ୍ୱତନ୍ତ୍ର କମିଟି ଗଠିତ ହୋଇଥିବାବେଳେ ନିୟମିତ ଏନେଇ କମିଟି ସଦସ୍ୟ ନଜର ରଖିଛନ୍ତି । ୧୦ରୁ ୨୦% ଆବେଦନକାରୀଙ୍କୁ ସହାୟତା ରାଶି ଯୋଗାଇ ଦିଆଯିବା ପାଇଁ ଅନୁମତି ମିଳିସାରିଥିବାବେଳେ ଖୁବ୍‌ଶୀଘ୍ର ବାକି ଆବେଦନକୁ ଗୃହିତ କରାଯିବା ସହ ଯାଞ୍ଚ କରାଯିବ ଓ ମୃତ୍ୟୁକାଳୀନ ସହାୟତା ରାଶି ଯେଗ।।ଇ ଦିଆଯିବ ବୋଲି ବିଏମ୍‌ସି ବିଭାଗୀୟ ଅଧିକାରୀ ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking