ଭୁବନେଶ୍ୱର : ରାଜ୍ୟରେ ସ୍କୁଲ୍ ଖୋଲିବା ନେଇ ମନ୍ତ୍ରୀ ସମୀର ଦାଶଙ୍କ ସୂଚନା । ସମ୍ବଲପୁର ଗସ୍ତ ବେଳେ ଏ ନେଇ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ । ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବ ବୋଲି କହିଲେ ମନ୍ତ୍ରୀ ସମୀର ଦାଶ । ପ୍ରଥମ ପର୍ଯ୍ୟାୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଉପରେ ବଚାର କରୁଛୁ । ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଥମରୁ ପଞ୍ଚମ ଉପରେ ବିଚାର କରାଯିବ ।
ନୂଆବର୍ଷ ବେଳକୁ ସବୁ କ୍ଲାସ ଖୋଲି ସାରିଥିବ ବୋଲି ଆଶବାଦୀ ଅଛନ୍ତି ବୋଲି ମନ୍ତ୍ରୀ ସମୀର ଦାଶ ପ୍ରକାଶ କରିଛନ୍ତି । ଅଷ୍ଟମରୁ ଦ୍ୱାଦଶ ପର୍ଯ୍ୟନ୍ତ ଯେଉଁ ଏସ୍ଓପି ଚାଲିଛି ସେଇ ଏସ୍ଓପିରେ ଷଷ୍ଠ ଓ ସପ୍ତମ କ୍ଲାସ୍ ଚାଲିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ବର୍ତ୍ତମାନ ପ୍ରଥମ ଧ ଦ୍ୱିତୀୟ ଶ୍ରେଣୀର ପିଲାମାନଙ୍କୁ ସାମାଜିକ ଦୂରତା କହିବା କିଛିମାନେ ନାହିଁ ।
ଏନେଇ କେନ୍ଦ୍ରକୁ ଅବଗତ କରାଯାଇଛି ବୋଲି ସେ ସ୍ପଷ୍ଟୀକରଣ ଦେଇଛନ୍ତି । ପୂର୍ବରୁ ବିଭିନ୍ନ ପର୍ଯ୍ୟାୟ କ୍ରମେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲାଯାଇଛି । ରାଜ୍ୟରେ କରୋନା ପ୍ରାଦୁର୍ଭାବ ଧୀରେ ଧୀରେ କମୁଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ ଖୋଲାଯିବା ନେଇ ନିଷ୍ପତ୍ତି ନିଆଯାଇଥିବା ନେଇ କହିଛନ୍ତି ବିଭାଗୀୟ ମନ୍ତ୍ରୀ ।