19.1 C
Bhubaneswar
Sunday, November 24, 2024
Homeଓଡିଶାପୁଣି ଥରେ ଫିକା ପଡ଼ିବ ଦୀପାବଳି

ପୁଣି ଥରେ ଫିକା ପଡ଼ିବ ଦୀପାବଳି

ବ୍ରହ୍ମପୁର:  ଆଉ ଦିନକ ପରେ ପବିତ୍ର ଦିପାବଳି ପର୍ବକୁ ପାଳନ କରିବେ ଜନସାଧାରଣ । ବାଣ ଫୁଟାଇବା ସ୍ୱତନ୍ତ୍ର ଆକର୍ଷଣ ଭାବେ ରହିଥାଏ । ଆତସବାଜି ସହ ବିଭିନ୍ନ ରଙ୍ଗର ଆଲୁଅ ପ୍ରକାଶିତ କରୁଥିବା ବାଣ ଜଳାଇବା ସମସ୍ତଙ୍କୁ ଖୁସିର ବାତାବରଣ ଯୋଗାଇଥାଏ । କିନ୍ତୁ କୋଭିଡ କଟକଣା ଯୋଗୁଁ ଗତ ବର୍ଷ ଭଳି ଚଳିତ ଥର ମଧ୍ୟ ବାଣ ବିକ୍ରି କରିବା ଏବଂ ବାଣ ଫୁଟାଇବାରେ କଟକଣା ବଳବତ୍ତର  ରହିଛି । ତେଣୁ ଜନସାଧାରଣ ନିରାଶ ହୋଇଛନ୍ତି ।  ବ୍ରହ୍ମପୁରରେ ମଧ୍ୟ ବାଣ ବିକ୍ରି କରିବା ପାଇଁ  ଅନୁମତି ମିଳିନାହିଁ । ଏଯାବତ୍ ସରକାରଙ୍କ ପକ୍ଷରୁ ଜିଲ୍ଲା ସ୍ତରକୁ  ସୂଚନା ଦିଆଯାଇନି ।

ରାଜ୍ୟର ଏକ ବଡ଼ ବାଣ ମାର୍କେଟ ଭାବେ ବିବେଚିତ ସ୍ଥାନୀୟ ବାଣ ମାର୍କେଟ ମଧ୍ୟ ଜନଶୁନ୍ୟ ହୋଇଛି । ଏଠାରେ ଦିପାବଳିର କିଛି ଦିନ ପୁର୍ବରୁ  ହିଁ ବାଣ କିଣିବ ପାଇଁ ଜିଲ୍ଳା ତଥା ପଡୋଶୀ ଜିଲ୍ଳାରୁ ଶତାଧିକ ଲୋକ ଆସିଥାନ୍ତି । ଚଳିତ ବର୍ଷ ସେଭଳି ସ୍ଥି୍‌ିତି ପରିଲକ୍ଷିତ ହୋଇନାହିଁ । ବାଣ ବିକିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁମତି ନଥିବା ବେଳେ ଗତ କାଲି ହାଇକୋର୍ଟଙ୍କ ପକ୍ଷରୁ ସବୁଜ ବାଣ ବିକିବା ପାଇଁ ଅନୁମତି ପ୍ରଦାନ କରାଯିବାକୁ ରାୟ ପ୍ରକାଶ ପାଇବା ପରେ ବ୍ୟବସାୟୀ ମହଲରେ ସାମାନ୍ୟ ଆଶା ପ୍ରକାଶ ପାଇଥିଲା ।

କିନ୍ତୁ ଏଯାବତ୍ ଜିଲ୍ଳା ପ୍ରଶାସନ ପକ୍ଷରୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା, ନିର୍ଦେଶ ମିଳିନଥିବାରୁ ବ୍ୟବସାୟୀ ମାନେ ନିରାଶ ହୋଇଥିବା ପରିଲକ୍ଷିତ ହୋଇଛି । ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାର ସମସ୍ତ ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ଜିଲ୍ଳାରେ ମଙ୍ଗଳବାର ସୁଦ୍ଧା ଜଣକୁ ମଧ୍ୟ ବାଣ ବିକ୍ରି ପାଇଁ ଲାଇସେନ୍ସ ଦିଆଯାଇନି । କେବଳ ସବୁଜ ବାଣ ବିକ୍ରି ପାଇଁ ଆବେଦନ କରିହେବ । ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ସବୁଜ ବାଣ ବିକ୍ରି ପାଇଁ ଡିଲର ଗଞ୍ଜାମ ଜିଲ୍ଲା ପ୍ରଶାସନ ଠାରୁ ଲାଇସେନ୍ସ ନେଇନାହାଁନ୍ତି । ସବୁଜ ବାଣ ବିକ୍ରି ପାଇଁ ଲାଇସେନ୍ସ ଆବେଦନ କରିବା ଲାଗି ପେସୋ ସାର୍ଟିଫିକେସନ ସହ ଷ୍ଟକ୍ ଯାଞ୍ଚ ଦେଖାଇବା ଜରୁରୀ ରହିଛି । ସ୍ଥାନୀୟ ତହସିଲଦାରମାନେ ଏହି ଷ୍ଟକ୍ ଯାଞ୍ଚ କରିବେ ବୋଲି ଜିଲ୍ଲାପାଳ କହିଛନ୍ତି ।

ଉପଜିଲାପାଳମାନେ ଏହାକୁ ମନିଟରିଂ କରିବେ । ଉପଜିଲାପାଳ ନିଜ ସ୍ତରରେ ବୈଠକ କରି ସରକାର ଓ ହାଇକୋର୍ଟଙ୍କ ନିର୍ଦ୍ଦେଶନାମାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ବୈଠକରେ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହାର ଖିଲାପ କଲେ ବିପର୍ଯ୍ୟୟ ଆକ୍ଟରେ ଥାନାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଏତଲା ଦେବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ତହସିଲଦାର, ସ୍ଥାନୀୟ ଏନଏସି ନିର୍ବାହୀ ଅଧିକାରୀ ଓ ଥାନା ଆଇଆଇସିଙ୍କୁ ନେଇ ଗଠିତ ସ୍କ୍ୱାର୍ଡ ଚଢାଉ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବୈଠକରେ ଅତିରିକ୍ତ ଜିଲାପାଳ(ସାଧାରଣ) ଲୀନା କୁମାରୀ ଖେସ୍‌, ଅତିରିକ୍ତ ଜିଲାପାଳ(ରାଜସ୍ୱ) ପ୍ରିୟ ରଂଜନ ପୃଷ୍ଟି, ଡୁଡା ପିଡି ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ଉପଜିଲାପାଳ ନୀଳମାଧବ ଭୋଇ, ଜିଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking