29.1 C
Bhubaneswar
Friday, October 18, 2024
Homeକରୋନାଏହା ହେଲା ଦୁନିଆର ସବୁଠୁ ସୁରକ୍ଷିତ ସ୍ଥାନ; ଯେଉଁଠି ପ୍ରବେଶ କରିପାରିନି କରୋନା

ଏହା ହେଲା ଦୁନିଆର ସବୁଠୁ ସୁରକ୍ଷିତ ସ୍ଥାନ; ଯେଉଁଠି ପ୍ରବେଶ କରିପାରିନି କରୋନା

ନୂଆଦିଲ୍ଲୀ: କରୋନା ଭୂତାଣୁ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି । କରୋନା ମହାମାରୀ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି । ମହାମାରୀରୁ ରକ୍ଷା ପାଇବା ପାଇଁ  ବିଶ୍ୱର ଅନେକ ଦେଶକୁ ତାଲା ପକାଇବାକୁ ପଡିଲାଥିଲା । ଯେଉଁଥିପାଇଁ ଲୋକଙ୍କୁ ନିଜ ଘରେ ବନ୍ଦୀ ହୋଇ ରହିବାକୁ ପଡିଲା । ଏହି ମହାମାରୀ ଯୋଗୁଁ ବିଶ୍ୱର ଅର୍ଥନୀତି କ୍ଷତିଗ୍ରସ୍ତ ସହିଥିବାବେଳେ ଲକ୍ଷ ଲକ୍ଷ ଲୋକ ଚାକିରି ହରାଇଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଦୁନିଆର ଏଭଳି ଏକ ସୁରକ୍ଷିତ ସ୍ଥାନ ବିଷୟରେ କହିବୁ ଯେଉଁଠାରେ ଆଜି ପର୍ଯ୍ୟନ୍ତ କରୋନା ମହାମାରୀ ପହଂଚି ପାରିନାହିଁ ।
ଏହି ସ୍ଥାନର ନାମ ସେଂଟ ହେଲେନା ଦ୍ୱୀପ ଏବଂ ଏଠାରେ ଗୋଟିଏ ବି କରୋନା ମାମଲା ନାହିଁ । ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି । ସବୁଠାରୁ ବଡ କଥା ହେଉଛି କରୋନା ନିୟମ ଏଠାରେ ପାଳନ କରାଯାଏ ନାହିଁ । ଏଠାରେ ଲୋକମାନେ ପୂର୍ବପରି ସାଧାରଣ ଜୀବନଯାପନ ଅତିବାହିତ କରୁଛନ୍ତି । ଏହି ଦ୍ୱୀପରେ ନା କେହି ମାସ୍କ ପିନ୍ଧନ୍ତି  ନା ସାମାଜିକ ଦୂରତା ପାଳନ କରନ୍ତି ।
ଏଠାରେ ଲୋକମାନେ କେବଳ ହାତ ଧୋଇଥାନ୍ତି ଏବଂ ଯଦି କେହି କାଶନ୍ତି  ତେବେ ସେମାନେ ନିଜ କହୁଣିରେ ପାଟି ଘୋଡାଇଦିଅନ୍ତି । ଏହା ବ୍ୟତୀତ ଏଠାରେ କେହି ଅନ୍ୟ ସୁରକ୍ଷା ନିୟମ ଅନୁସରଣ କରନ୍ତି ନାହିଁ । କରୋନା ମାମଲାର ଏଠାରେ ନଥିବା ହେତୁ ଏଠାକୁ ପର୍ଯ୍ୟଟକଙ୍କ ଯିବା ଆସିବା ଲାଗିରହିଛି । ଲୋକମାନେ ପୂର୍ବ ପରି ଏଠାରେ ନିଜ ଜୀବନ ବିତାଉଛନ୍ତି ।
ୟୁକେ ରେ  କରୋନା ମହାମାରୀ ବଡ ପ୍ରଳୟ କରିଛି । କିନ୍ତୁ ଏହି ଦ୍ୱୀପ ସତର୍କତାର ସହ ମହାମାରୀକୁ ଏଠାରେ ବିସ୍ତାର କରିବାକୁ ଦେଇନାହିଁ । ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ୭୨ ଘଂଟା ପୂର୍ବରୁ କରୋନା ନେଗେଟିଭ ରିପୋର୍ଟ ଏବଂ ଯିବା ପୂର୍ବରୁ ନେଗେଟିଭ ରିପୋର୍ଟ ଦାଖଲ କରିବାକୁ ପଡିଥାଏ ।
ଏହି ଦ୍ୱୀପଟି ମାତ୍ର ୧୨୦ ବର୍ଗ କିଲୋମିଟରରେ ଅବସ୍ଥିତ । ଏହି ଦ୍ୱୀପପୁଞ୍ଜର ଜନସଂଖ୍ୟା ହେଉଛି ପ୍ରାୟ ୫୦୦୦ । ନେପୋଲିୟନ ହେତୁ ଏହି ଦ୍ୱୀପ ସବୁଠାରୁ ପ୍ରସିଦ୍ଧ ସ୍ଥାନ ଅଟେ । କୁହାଯାଏ ଯେ ନେପୋଲିଅନ୍ ୧୮୨୧ ମସିହାରେ ଏଠାରେ ମୃତ୍ୟୁବରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking