19.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶତାଲିବାନ କୂଟନୀତିଜ୍ଞଙ୍କୁ ପାକ୍ ସରକାରଙ୍କ ଅନୁମତି

ତାଲିବାନ କୂଟନୀତିଜ୍ଞଙ୍କୁ ପାକ୍ ସରକାରଙ୍କ ଅନୁମତି

ଇସଲାମାବାଦ: ତାଲିବାନ ଶାସନାଧୀନ ଆଫଗାନିସ୍ତାନର କୂଟନୀତିଜ୍ଞଙ୍କୁ ପାକିସ୍ତାନରେ କାର୍ଯ୍ୟ କରିବାକୁ ଇମ୍ରାନ ଖାନ୍ ସରକାର ଅନୁମତି ପ୍ରଦାନ କରିଥିବା ଜଣାପଡିଛି । ଫଳରେ ରାଜଧାନୀ ଇସଲାମାବାଦସ୍ଥିତ ଆଫଗାନିସ୍ତାନ ଦୂତାବାସ ସମେତ ତିନିଟି ବାଣିଜ୍ୟିକ ଦୂତାବାସରେ ଏହି କୂଟନୀତିଜ୍ଞମାନେ ଶନିବାର ଦାୟିତ୍ୱ ଗ୍ରହଣ କରିଛନ୍ତି ।

ସର୍ଦ୍ଦାର ମହମ୍ମଦ ସୋକିବ୍ ଇସଲାମାବାଦ ଦୂତାବାସରେ ପ୍ରଥମ ସଚିବଭାବେ କାର୍ଯ୍ୟଭାର ଗ୍ରହଣ କରିଥିବାବେଳେ ପେଶାୱର, କ୍ୱେଟା ଓ କରାଚିସ୍ଥିତ ଆଫଗାନିସ୍ତାନର ବାଣିଜ୍ୟିକ ଦୂତାବାସରେ ଯଥାକ୍ରମେ ହଫିଜ୍ ମୋହିବୁଲ୍ଲା, ମୁଲ୍ଲା ଗୁଲାମ ରସଚୁଲ ଓ ମୁଲ୍ଲା ମହମ୍ମଦ ଆବାସ ଏହି ଦାୟିତ୍ୱ ସମ୍ଭାଳିଛନ୍ତି ।

ବିଶ୍ୱର କୌଣସି ରାଷ୍ଟ୍ର ଏପର୍ଯ୍ୟନ୍ତ ତାଲିବାନ ସରକାରକୁ ସ୍ୱୀକୃତି ପ୍ରଦାନ କରିନଥିବାବେଳେ ପାକିସ୍ତାନ ସରକାରଙ୍କ ଏତାଦୃଶ ପଦକ୍ଷେପ କୂଟନୈତିକ ମହଲକୁ ବିସ୍ମିତ କରିଛି । ସୂଚନାଯୋଗ୍ୟ ଚଳିତବର୍ଷ ଅଗଷ୍ଟ ୧୫ରେ ତାଲିବାନ ଆତଙ୍କବାଦୀମାନେ ଆଫଗାନିସ୍ତାନ ଦଖଲ କରିବାପରେ ବିଭିନ୍ନ ରାଷ୍ଟ୍ରରେ ଥିବା ଏକାଧିକ ଆଫ୍‌ଗାନ କୂଟନୀତିଜ୍ଞ ଇତିମଧ୍ୟରେ ଇସ୍ତଫା ଦେଇସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking