21.1 C
Bhubaneswar
Sunday, November 24, 2024
Homeଓଡିଶାକରୋନା ଟିକାଦାନ କେନ୍ଦ୍ରରେ ଚାଲିଛି ଦଲାଲରାଜ

କରୋନା ଟିକାଦାନ କେନ୍ଦ୍ରରେ ଚାଲିଛି ଦଲାଲରାଜ

କଟକ: ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିବା ସହ କରୋନା ଟିକା ନେବା ପାଇଁ ଜନସାଧାରଣଙ୍କୁ ପ୍ରୋତ୍ସାହିତ କରୁଛନ୍ତି । ଏଥିପାଇଁ ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ସହିତ ବିଭିନ୍ନ ଅନୁଷ୍ଠାନରେ ମଧ୍ୟ ମାଗଣାରେ ଟିକା ଦିଆଯାଉଛି । ଏହି ଟିକା ନେବା ପାଇଁ ସରକାରଙ୍କ ପକ୍ଷରୁ ଅନ୍‌ଲାଇନ୍ ବ୍ୟବସ୍ଥା କରାଯାଇଛି । ମାତ୍ର ଯେଉଁ ବ୍ୟକ୍ତିବିଶେଷ ଅନ୍‌ଲାଇନ୍‌ରେ ଟିକା ନେବା ସମ୍ପର୍କରେ ଅବଗତ ନାହାନ୍ତି ସେମାନଙ୍କ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ଅଫ୍‌ଲାଇନ୍‌ରେ ସୁବିଧାଜନକ ଭାବେ ଟିକା ନେବାର ବ୍ୟବସ୍ଥା କରାଯାଇଛି । ମାତ୍ର ଏହି ଟିକାନେବା କାର୍ଯ୍ୟରେ ଦଲାଲରାଜ ଚାଲିବା ଭଳି ଅଭାବନୀୟ ଘଟଣା ଘଟୁଥିବା ଅଭିଯୋଗ ଉଠିଛି । ଦଲାଲମାନେ ନିଜର ସମ୍ପର୍କୀୟ ତଥା ଗରିବ ଲୋକମାନଙ୍କଠାରୁ ଅର୍ଥ ଆଦାୟ କରି ଟିକାନେବାର ବ୍ୟବସ୍ଥା କରୁଥିବାବେଳେ ଯେଉଁ ଲୋକେ ଦଲାଲଙ୍କ କବ୍‌ଜାରେ ରହୁନାହାନ୍ତି ସେମାନଙ୍କୁ ବାରମ୍ବାର ଦୌଡ଼ାଇବା ସହ ଟିକା ନେବାର ସୁଯୋଗ ଦିଆଯାଉନଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି ।

ଆଜି ଏନେଇ ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ଟୀକା ନେବାରୁ ବଞ୍ôଚତ ଥିବା ଲୋକଙ୍କୁ ଟିକା ଦେବାର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି । ଅଭିଯୋଗ ଅନୁଯାୟୀ କଟକ ମହାନଗର ନିଗମ ଅନ୍ତର୍ଗତ ୫୬ ଓ ୫୮ ନମ୍ବର ୱାର୍ଡବାସୀଙ୍କ ନିମନ୍ତେ ଖୋଲାଯାଇଥିବା ସୁଭଦ୍ରାପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ତେଲେଙ୍ଗାପେଣ୍ଠ ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ଟିକାଦେବା କ୍ଷେତ୍ରରେ ଦଲାଲମାନଙ୍କ ରାଜୁତି ଚାଲୁଛି । ଏପରିକି ଅପ୍‌ଲାଇନ୍‌ରେ ଡକାଯାଉଥିବା ଲୋକଙ୍କୁ ଓଟିପି ନମ୍ବର ମଗାଯାଉଛି । ସେମାନେ ଓଟିପି କ’ଣ ଜାଣିନଥିବା କହିବାରୁ ସେମାନଙ୍କୁ ଟିକା ନଦେଇ ଫେରାଇ ଦିଆଯାଉଛି । ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ୨ଜଣ ଦଲାଲ ବସି ରହି ଲୋକଙ୍କୁ ବାରମ୍ବାର ହଇରାଣ କରୁଥିବା ଓ ସେମାନଙ୍କଠାରୁ ବେଆଇନ ଭାବେ ଅର୍ଥ ଆଦାୟ କରୁଥିବା ଭଳି ଅଭିଯୋଗ ହୋଇଛି । ତେଣୁ ଏହି ୨ଜଣ ବ୍ୟକ୍ତି ସ୍ୱାସ୍ଥ୍ୟକେନ୍ଦ୍ରର କୌଣସି ଦାୟିତ୍ୱରେ ନଥିଲେ ମଧ୍ୟ ଟିକା କର୍ମଚାରୀମାନେ ସେମାନଙ୍କ କଥାରେ କାମ କରିବା ଦ୍ୱାରା ଗରିବ, ନିରକ୍ଷର ତଥା ବୃଦ୍ଧବୃଦ୍ଧାମାନେ ଟିକା ନେବାରୁ ବଞ୍ôଚତ ରହୁଛନ୍ତି ।

ଏହି ଦଲାଲମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସମସ୍ତ ଲୋକଙ୍କ ସୁବିଧାରେ ଟିକା ନେବାର ବ୍ୟବସ୍ଥା କରିବା ନିମନ୍ତେ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି କରିଛନ୍ତି । ତେବେ ଏଭଳି ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଏନେଇ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ପରିଷଦ ସଭାପତି ତଥା ସମାଜସେବୀ ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ବିରଞ୍ôଚ ନାରାୟଣ ଦାସ, ସଞ୍ଜୟ ଦାସ, ବଣ୍ଟି ନାୟକ, ହେମନ୍ତ କୁମାର ସ୍ୱାଇଁ, ବିଦ୍ୟାଧର ବେହେରା, ନେପାଳ ସାମଲ, ସେକ୍ ଅବଦୁଲ୍ଲା, ଆଇନଜୀବୀ ଅକ୍ଷୟ କୁମାର ସାମଲ, ଶିବ କୁମାର ବାରିକ, ଅମର ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking