19.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶବରଫରୁ ଧୂଆଁ କାହିଁକି ବାହାରିଥାଏ ; ଜାଣନ୍ତୁ ଏହି ପଛର କାରଣ  

ବରଫରୁ ଧୂଆଁ କାହିଁକି ବାହାରିଥାଏ ; ଜାଣନ୍ତୁ ଏହି ପଛର କାରଣ  

ନୂଆଦିଲ୍ଲୀ: ବରଫ ତିଆରି କରିବା ପାଇଁ ପ୍ରଥମେ ପାଣିକୁ ଥଣ୍ଡା କରିବାକୁ ପଡିଥାଏ ।   ଜଳରୁ ବରଫ ସୃଷ୍ଟି ହେବା ପ୍ରକ୍ରିୟା ସେତେବେଳେ ଆରମ୍ଭ ହୁଏ ଯେତେବେଳେ ତାପମାତ୍ରା ଶୂନ ଡିଗ୍ରୀ ପର୍ଯ୍ୟନ୍ତ ଥଣ୍ଡା ହୁଏ ।  ଆପଣ ଅନେକ ସମୟରେ ଦେଖିଥିବେ ଯେ, ପାଣିରେ ଡ୍ରାଏ ବରଫ ଖଣ୍ଡ ପକାଇଲେ ସେଥିରୁ ଧୂଆଁ ବାହାରିବାକୁ ଲାଗିଥାଏ ।  ସମସ୍ତେ ଜାଣନ୍ତି ଯେ ବରଫ ଥଣ୍ଡା ଏବଂ ବିଜ୍ଞାନ ମଧ୍ୟ ଏହା କହିଥାଏ । ଏବେ ପ୍ରଶ୍ନ ହେଉଛି ଯେତେବେଳେ ବରଫ ଥଣ୍ଡା ହୁଏ , ସେଥିରୁ  ଗରମ ପାଣି ଭଳି ବାଷ୍ପ କାହିଁକି ବାହାରେ । ଥଣ୍ଡା ବରଫରୁ  ବାହାରୁଥିବା ଧୂଆଁ କିମ୍ବା କାର୍ବନ ଡାଇଅକ୍ସାଇଡ୍ ନୁହେଁ ,ବରଂ ଅନ୍ୟ କିଛି ହୋଇଥାଏ । ତେବେ ଆସନ୍ତୁ ଜାଣିବା ବରଫରୁ କିପରି ଧୂଆଁ ବାହାରିଥାଏ ।
ବରଫ କିମ୍ବା ବରଫରୁ ବାହାରୁଥିବା ଧୂଆଁ କୌଣସି ଗ୍ୟାସ୍ ନୁହେଁ ବରଂ ବରଫ  ଥଣ୍ଡା ହେତୁ ତା ଚାରିପାଖରେ ଜମା ହୋଇଥିବା ବାଷ୍ପ ହୋଇଥାଏ ।  ଯେତେବେଳେ ବରଫ ପାଖରେ ପବନ ଅଧିକ ଥଣ୍ଡା ହୋଇଯାଏ, ସେଥିରୁ କିଛି ବାଷ୍ପ ପାଣି ବୁନ୍ଦାରେ ବଦଳି ଯାଏ । ଏହା ହିଁ କାରଣ ଯେ ଜମି ରହିଥିବା ବାଷ୍ପ ପବନରେ ଧୂଆଁ ଭଳି ଲାଗେ ।
ଆମେ ସମସ୍ତେ ଜାଣୁ ଯେ ପାଣି ଏକ ନିଶ୍ଚିତ ତାପମାତ୍ରାରେ ତଳକୁ ଯିବା ପରେ  କଠିନରେ ପରିଣତ ହୁଏ, ଯାହାକୁ ଆମେ ବରଫ ବୋଲି କହିଥାଉ । ବାୟୁରେ ଜଳ ଗ୍ୟାସୀୟ ଅବସ୍ଥାରେ ଥାଏ ଏବଂ ପବନ ଯେତେବେଳେ  ବରଫର ପୃଷ୍ଠକୁ ସ୍ପର୍ଶ କରେ ,ତାହା ଛୋଟ ଛୋଟ ବୁନ୍ଦା ରୂପରେ ବାହାରିବାକୁ ଲାଗେ । ଯାହା ଆମକୁ ବାଷ୍ପ ଆକାରରେ ଦୃଶ୍ୟମାନ ହୁଏ ।
ବିଜ୍ଞାନ ଅନୁଯାୟୀ , ପାଣି ତିନୋଟି ଅବସ୍ଥା କଠିନ ତରଳ ଏବଂ ଗ୍ୟାସୀୟ ଅବସ୍ଥାରେ ଥାଏ । ପାଣି ଯେତେବେଳେ କଠିନ ଅବସ୍ଥାରେ ଥାଏ, ତାହାକୁ ବରଫ କୁହାଯାଏ । ତରଳ ଅବସ୍ଥାରେ ଜଳ ଓ ଗ୍ୟାସୀୟ ଅବସ୍ଥାରେ ତାକୁ ବାଷ୍ପ କୁହାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking