28.1 C
Bhubaneswar
Friday, November 22, 2024
Homeକରୋନାଏବେ ଲୋକାଲ ଟ୍ରେନ ରେ ଯାତ୍ରା କରିପାରିବେ ଟୀକା ନେଇଥିବା ବ୍ୟକ୍ତି

ଏବେ ଲୋକାଲ ଟ୍ରେନ ରେ ଯାତ୍ରା କରିପାରିବେ ଟୀକା ନେଇଥିବା ବ୍ୟକ୍ତି

ମୁମ୍ବାଇ : ମୁମ୍ବାଇବାସୀଙ୍କୁ ଆଶ୍ୱସ୍ତି। ଏଣିକି ଟିକା ନେଇଥିବା ଲୋକ ଲୋକାଲ ଟ୍ରେନରେ ଯାତ୍ରା କରିପାରିବେ। ଏନେଇ ମହାରାଷ୍ଟ୍ର ସରକାର ଅନୁମତି ଦେଇଛନ୍ତି। ମହାମାରୀ କରୋନା ସଂକ୍ରମଣର ପ୍ରଭାବ ହ୍ରାସ ପାଉଥିବା ବେଳେ ଟିକାର ଦୁଇଟି ଯାକ ଡୋଜ୍‌ ନେଇଥିବା ଲୋକମାନେ ହିଁ ମୁମ୍ବାଇ ମେଟ୍ରୋଲ ପଲିଟାନ ରିଜନରେ ଲୋକାଲ ଟ୍ରେନର ସେବା ଉପଭୋଗ କରିପାରିବେ ବୋଲି ସରକାର କହିଛନ୍ତି। ପୂର୍ବରୁ କେବଳ ଜରୁରୀ ଓ ସରକାରୀ ସେବାରେ ନିୟୋଜିତ ଲୋକଙ୍କୁ ମୁମ୍ବାଇର ଲାଇଫଲାଇନ କୁହାଯାଉଥିବା ଲୋକାଲ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ମିଳୁଥିଲା। ହେଲେ ଏବେ ଅଣଅତ୍ୟାବଶ୍ୟକ ସେବା ଓ ସାଧାରଣ ଲୋକ ଲୋକାଲ ଟ୍ରେନର ବ୍ୟବହାର କରିପାରିବେ। ଟିକାର ଦୁଇଟି ଯାକ ଡୋଜ୍‌ ନେବାର ୧୪ ଦିନ ପରେ ଯେକୌଣସି ଲୋକ ଲୋକାଲ ଟ୍ରେନରେ ଯାତ୍ରା କରିପାରିବେ। ଜରୁରୀ ସେବାରେ ନିୟୋଜିତ ଲୋକମାନେ ମଧ୍ୟ ଟିକାର ଡବଲ ଡୋଜ୍‌ ନେବାର ୧୪ ଦିନ ପରେ ଟ୍ରେନରେ ଯାତ୍ରାର ଅନୁମତି ପାଇବେ।  ଅକ୍ଟୋବର ୨୮ରୁ ସେଣ୍ଟ୍ରାଲ ଓ ୱେଷ୍ଟର୍ଣ୍ଣ ରେଳବାଇ ପକ୍ଷରୁ ନିଜ ନିଜ ଟ୍ରାକରେ ଯଥାକ୍ରମେ ୧୭୭୪ ଓ ୧୩୬୭ଟି ଟ୍ରେନ ଚାଳଚଳ ଆରମ୍ଭ କରିବେ। ସୋମବାର ୧୦୦% ଯାତ୍ରୀଙ୍କ ସହ ସେବା ଆରମ୍ଭ ହେବ ବୋଲି ସେଣ୍ଟ୍ରାଲ ଓ ୱେଷ୍ଟର୍ଣ୍ଣ ରେଳବାଇ ପକ୍ଷରୁ କୁହାଯାଇଥିଲା। ଏବେ ସରକାର ଲୋକାଲ ଟ୍ରେନରେ ଯାତ୍ରା କରିବା ନିୟମ ବଦଳାଇଛନ୍ତି। ମହାମାରୀ କରୋନା ପାଇଁ ଦୀର୍ଘ ମାସ ହେଲାଣି ମୁମ୍ବାଇରେ ସାଧାରଣ ଲୋକଙ୍କୁ ଲୋକାଲ ଟ୍ରେନର ସେବା ମିଳୁ ନଥିଲା। କିନ୍ତୁ ଏବେ ଟିକାର ନେଇଥିବା ଲୋକଙ୍କୁ ଏହି ସେବା ମିଳିପାରିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking