20.1 C
Bhubaneswar
Tuesday, November 19, 2024
Homeଓଡିଶାବିନା ଶୋଭାଯାତ୍ରାରେ ମୁର୍ତି ବିସର୍ଜନ ନେଇ ପ୍ରସ୍ତୁତି

ବିନା ଶୋଭାଯାତ୍ରାରେ ମୁର୍ତି ବିସର୍ଜନ ନେଇ ପ୍ରସ୍ତୁତି

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଭାରାପ୍ରାପ୍ତ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରବିନାରାୟଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ବିସର୍ଜନକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୯ ତାରିଖ ଶୁକ୍ରବାର ଦିନ ବିନା ଶୋଭାଯାତ୍ରା ଓ କରୋନା କଟକଣା ଅନୁପାଳନ ପୁର୍ବକ ସକାଳ ୮ ଟାରୁ ୨ ଟା ମଧ୍ୟରେ ମୃର୍ତି ବିସର୍ଜନ କରାଯିବା ନେଇ ନିଷ୍ପତି ହୋଇଛି । ଉକ୍ତ ଭଷାଣି ସମାରୋହରେ ଅନୁଷ୍ଠାନ ୭ ଜଣ କର୍ମକର୍ତା ଉପସ୍ଥିତ ରହିପାରିବେ । ଭଡାଣି ସମୟରେ ଟ୍ରାଫିକ୍ ନିୟନ୍ତ୍ରଣ କରାଯିବା ନିମନ୍ତେ ଅଗ୍ନିଶମ ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯିବ ।

ବିସର୍ଜନ ସମାରୋହରେ ଆଶୁ ଚିକିତ୍ସା କରାଯିବା ନିମନ୍ତେ ବାଜି ଚୈାକ ଛକ ଓ ବସ୍ ଷ୍ଟାଣ୍ଡ ଠାରେ ଦୁଇଟି ଆମ୍ବୁଲାନ୍ସ ରହିବ । ଭଷାଣି ଯେପରି ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ମିଳିତ ବଜାର ଶାନ୍ତି କମିଟି ଓ ମାଜିଷ୍ଟ୍ରେଟ୍ ତଦାରଖ କରିବେ ବୋଲି ବୈଠକରେ ନିଷ୍ପତି ହୋଇଛି । ଢେଙ୍କାନାଳର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ଶାନ୍ତି ଶୃଙ୍ଖଳାର ସହିତ ମା’ଙ୍କ ପୂଜା ଭଷାଣି ସଂପର୍ଣ୍ଣ କରିବା ନିମନ୍ତେ ଉପଜିଲ୍ଲାପାଳ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ଉକ୍ତ ବୈଠକରେ ମିଳିତ ବଜାର ଲକ୍ଷ୍ମୀପୂଜା କମିଟିର ସଭାପତି ବିଶ୍ୱନାଥ ବେହେରା, ଶାନ୍ତି କମିଟିର ସଭାପତି ନବ କିଶୋର ଗୁରୁ, ପୂଜା ପ୍ରତିଷ୍ଠାନର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking