ଲକ୍ଷ୍ନୌ : ଉତରପ୍ରଦେଶର ଫତେପୁର ଜିଲ୍ଲାରେ ଏକ ଭୟାନକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ୩ ବର୍ଷର ନିରୀହ ଶିଶୁ ସହ ତାଙ୍କର ଜଣେ ପଡୋଶୀ ଯୁବକ ଲୋଭରେ ଚକୋଲେଟ୍ ଦେବା ବାହାନା କରି ବଳତ୍କାରର ଘୃଣ୍ୟ ଘଟଣା ଘଟାଇଥିଲା । ଘଟଣା ପରେ ଝିଅଟିର ମୃତ୍ୟୁ ଘଟିଛି । ଏହାପରେ ଅଭିଯୁକ୍ତ ଯୁବକ ଝିଅର ଶରୀରକୁ ଏକ କପଡାରେ ଘଉଡାଇ ଲୁଚାଇ ରଖିଥିଲେ । ଖବର ମୁତାବକ ଏହି ମାମଲା ଖଗା ଜିଲ୍ଲାର ପୋଲିସ ଷ୍ଟେସନ ଅଂଚଳର ଏକ ଗାଁର ଅଟେ । ଯେଉଁଠାରେ ଘରର ସମସ୍ତ ଲୋକ ମୂର୍ତି ବୁଡାଇବା ପାଇଁ ନୌବସ୍ତା ଘାଟକୁ ଯାଇଥିଲେ ଏବଂ ଝିଅଟି ଘରେ ଏକୁଟିଆ ଥିଲା । ଝିଅଟି ଘରେ ଏକା ଥିବାର ଫାଇଦା ଉଠାଇ ତାଙ୍କ ପଡୋଶୀ ଦୀନେଶ ପାସୱାନ ଚକୋଲେଟ ଦେବା ବାହାନାରେ ଝିଅଟିକୁ ନିଜ ଘରକୁ ନେଇଯାଇଥିଲେ ଏବଂ ସେ ଝିଅଟି ସାଙ୍ଗରେ ବଳତ୍କାର କରିଥିଲେ । କିନ୍ତୁ ଝିଅଟି ଏହି କଷ୍ଟକୁ ସହିନପାରି ମୃତ୍ୟୁବରଣ କରିଥିଲା ।
ନାବାଳିକାର ମୃତ୍ୟୁ ପରେ ଅଭିଯୁକ୍ତ ଝିଅର ରକ୍ତ ଜୁଡୁବୁଡୁ ଶରୀରକୁ ଏକ କପଡାରେ ଳୁଚାଇ ଘୁରି ବୁଲୁଥିଲେ । ମୁର୍ତି ବୁଡାଇବା ପରେ ବିଳମ୍ବିତ ରାତିରେ ଘରକୁ ଆସିଥିବା ପରିବାର ଝିଅକୁ ନ ଦେଖିବା ପରେ ଝିଅର ପରିବାର ସଦସ୍ୟ ଖୋଜାଖୋଜି ଆରମ୍ଭ କରିଥିଲେ । ଯତେବେଳେ ଝିଅଟିକୁ ଘରେ ପାଇନଥିଲେ,ପରିବାର ସଦସ୍ୟ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହା ପରେ ପୋଲିସ ପଡୋଶୀ ଯୁବକ୍କୁ ପଚରାଉଚରା କରିଥିରୁ ଯୁବକଟି ପୋଲିସକୁ ଗୋଲାକାର ଉତର ଦେଇଥିଲା । ତାଙ୍କ ଘରେ ଖୋଜାଖୋଜି କରାଯିବା ପରେ ପୋଲିସ ଝିଅର ମୃତଦେହକୁ କପଡାରେ ଆବୃତ କରି ସେଠାରେ ଲୁଚାଇ ରଖିଥିବାର ଦେଖିବାକୁ ପାଇଥିଲା ।
ଏହାପରେ ପୋଲିସ ଅଭିଯୁକ୍ତ ଯୁବକଙ୍କୁ କୋଟୱାଲିକୁ ଆଣିଥିଲା । ପୋଲିସର କହିବା ଅନୁଯାୟୀ ଉକ୍ତ ଝିଅର ବଳତ୍କାର ଓ ହତ୍ୟା ବିଷୟରେ ଶୁଣିବା ପରେ କୋଟୱାଲି ଗ୍ରାମବାସୀଙ୍କ ଭିଡ ଜମିଥିଲା ଏବଂ ଉକ୍ତ ଘଟଣା ପରେ ଘଟଣାସ୍ଥଳରେ ପହଂଚିଥିବା ଏସିପି ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଥିଲେ । ଏଥି ସହିତ ଏହି ମାମଲାରେ ଜିଲ୍ଲାର ଅତିରିକ୍ତ ଏସିପି ରାଜେଶ କୁମାର କହିଛନ୍ତି ଯେ ଖଗା ଜିଲ୍ଲାର ପୋଲିସ ଷ୍ଟେସନ ଅଧୀନରେ ଥିବା ଏକ ଗାଁରେ ନିରୀହ ଝିଅକୁ ହତ୍ୟା କରାଯାଇଛି । ଅଭିଯୁକ୍ତକୁ ଗିରଫ କରାଯିବା ସହିତ ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।