18.1 C
Bhubaneswar
Tuesday, November 19, 2024
Homeଓଡିଶାକଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କୁ ଦୁଃଖ ବଖାଣିଲେ ଲୋଇସିଂହା ନିର୍ବାଚନ ମଣ୍ଡଳୀର ଅଞ୍ଚଳବାସୀ

କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କୁ ଦୁଃଖ ବଖାଣିଲେ ଲୋଇସିଂହା ନିର୍ବାଚନ ମଣ୍ଡଳୀର ଅଞ୍ଚଳବାସୀ

ବଲାଙ୍ଗୀର : କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀଯୁକ୍ତ ନରସିଂହ ମିଶ୍ରଙ୍କ ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଫଟାବାହାଲ,କୁସଙ୍ଗ,ତଲିଉଡାର, ଉପରଉଡାର,ସରଗାଡ଼,ବବଜା, ରତାଖଣ୍ଡି,ବାନିପାଲି ଇତ୍ୟାଦି ଗ୍ରାମ ଗସ୍ତକରି ଅଞ୍ଚଳବାସୀ ଙ୍କ ସହ ମିଶିଲେ । ଲୋକେ ନିଜର ପ୍ରିୟ ନେତା ଲୋଇସିଂହାର ପୂର୍ବତନ ବିଧାୟକଙ୍କୁ ପାଖରେ ପାଇ ଖୁସୀରେ ବିଭୋର ହେଇ ଉଠିଲେ । ଲୋକେ ପୁରୁଣା ଦିନକୁ ମନେ ପକେଇ ନରସିଂହଙ୍କ ଅମଳରେ ରାସ୍ତା ଘାଟ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନରେ ଯାହା ଉନ୍ନତି କାର୍ଯ୍ୟ ହେଇଥିଲା ପରେ ଅନ୍ୟ କୌଣସି ଜନ ପ୍ରତିନିଧି ଏ ଅଞ୍ଚଳକୁ ଆଡ଼ ଆଖିରେ ନ ଚାହିଁ ବାରୁ ବିକାଶ ସ୍ଥାଣୁ ହେଇ ରହି ଗଲା ବୋଲି ଉପସ୍ଥିତ ଲୋକେ ନରସିଂହକୁ ଦୁଃଖ ବଖାଣିଲେ । ବିଗତ ଦିନରେ ପୂର୍ବତନ ବିଧାୟକ ନରସିଂହଙ୍କ କରିଥିବା ଉନ୍ନୟନ ମୂଳକ କାର୍ଯ୍ୟର ସ୍ମୃତି ଚାରଣ କରିଥିଲେ ସମସ୍ତେ । ପରେ ନିକଟ ଅତୀତରେ ଇହଲୀଳା ତ୍ୟାଗ କରିଥିବା ବିଭିନ୍ନ ଗାଁ ରେ ଥିବା ନିଜର ପୁରାତନ କର୍ମୀ ତଥା ସଂଗଠକଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇଲେ ନରସିଂହ….

ରାଜେନ୍ଦ୍ରଭିଆନ ମାନଙ୍କୁ ନିଶ୍ଚୟ ଧନ୍ୟବାଦ ଦେବି ଏବଂ ତା ସହିତ ଆଉ ଗୋଟିଏ କଥା କହିବି ଯେ, ଆପଣମାନେ ବହୁତ ଅଳ୍ପ ଜିନିଷ ରେ ଆତ୍ମସନ୍ତୁଷ୍ଟି ଲାଭକରୁଛନ୍ତି, ସରକାର ମାନଙ୍କୁ ଅନେକ ଅନେକ ଧନ୍ୟବାଦ ଦେଉଛନ୍ତି… ଆପଣ ମାନେ ସରକାର ଦେଇଥିବା 25 କୋଟି ଟଙ୍କା ପାଇ ଢେର ଆତ୍ମସନ୍ତୋଷ ଲାଭ କରୁଛନ୍ତି, କିନ୍ତୁ ଭୁଲିଯାଉଛନ୍ତି ଯେ 25 କୋଟି ଟଙ୍କା ଗୋଟିଏ ବିଶ୍ୱବିଦ୍ୟାଳୟ ପାଈଁ ଅତି ନଗଣ୍ୟ, ଏହାକୁ ଆମେ ଜାଣିବା ଦରକାର….. ଶିକ୍ଷା କ୍ଷେତ୍ର ରେ ଆମ ପାଖରେ ଏକ ବିରଳ ବିଶ୍ୱ ରେକର୍ଡ ହେଲା ଆମ ମହିଳା ମହାବିଦ୍ୟାଳୟ ର ଯୁକ୍ତ ଦୁଇ ବିଜ୍ଞାନ ବିଭାଗ କଲେଜ ରେ ଗୋଟିଏ ମଧ୍ୟ ଅଧ୍ୟାପକ ନାହାନ୍ତି….. କିନ୍ତୁ ଆମେ ଏକ୍ଷେତ୍ର ରେ ଆମର ପ୍ରତିକ୍ରିୟା ଶୂନ….. ରାଜ୍ୟ ର ଅଲଗା ବିଶ୍ବବିଦ୍ୟାଳୟ ମାନଙ୍କ ରେ ଶହ ଶହ ଏକର ଜମି ସରକାର ଙ୍କ ତରଫରୁ ଦିଆଯାଉଥିବା ସମୟ ରେ ଆମ ବିଶ୍ବବିଦ୍ୟାଳୟ ପାଈଁ ଦରକାର ହେଉଥିବା ଅଧିକ ଜମି ଦାବୀ କୁ ନେଇ ଉଚ୍ଚଶିକ୍ଷା ସଚିବ ଙ୍କ ଦାୟିତ୍ୱହୀନ ମନ୍ତବ୍ୟ କୁ ସମସ୍ତେ ନିନ୍ଦlକରିବା ଦରକାର…… ଆମର ଦାବୀ ଆମ ବିଶ୍ଵ ବିଦ୍ୟାଳୟ ପାଈଁ ଗୋଟିଏ ଜାଗାରେ 100 ଏକର ଜମି ସରକାର ଦିଅନ୍ତୁ….

ଉତ୍ତମ ଅଧ୍ୟାପନା ପାଈଁ ଉତ୍ତମ ତଥା ପର୍ୟାପ୍ତ ପରିମାଣ ରେ ଅଧ୍ୟାପକ, କର୍ମଚାରୀ ପଦବୀ ପୂରଣ କଥାରେ ନୁହେଁ ଉଭୟ ସରକାର କାମରେ ଦେଖାନ୍ତୁ….. ବିଶ୍ବବିଦ୍ୟାଳୟ କୁ ଏକ ଦକ୍ଷ ଶିକ୍ଷାନୁଷ୍ଠାନ ରେ ପରିଣତ କରିବାକୁ ହେଲେ ପୁରାତନ ଛାତ୍ରଛାତ୍ରୀ ମାନେ ଏଠାରେ ଥିବା ସମସ୍ୟା ସବୁର ସମାଧାନ ପାଈଁ ଏକଜୁଟ ହୁଅନ୍ତୁ ଏବଂ ଅଳ୍ପ କିଛି ରେ ସନ୍ତୁଷ୍ଟ ନ ହୋଇ, ପ୍ରକୃତ ଲକ୍ଷ ହାସଲ ପାଈଁ ହକ ର ଲଢେଇ ଲଢନ୍ତୁ… #ରାଜେନ୍ଦ୍ରଭିଆନ ଦ୍ୱାରା ଆୟୋଜିତ “Webinar on Quantity, Quality and Equity in Higher Education “ରେ ଯୋଗ ଦେଇ ମାନ୍ୟବର ବଲାଙ୍ଗୀର ବିଧାୟକ #ନରସିଂହମିଶ୍ର ଙ୍କ ବକ୍ତବ୍ୟରୁ କିଛି …..

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking