ନୂଆଦିଲ୍ଲୀ : ଝାଡଖଣ୍ଡରେ ବିଭିନ୍ନ ଅଜବ ଧରଣର ଘଟଣାମାନ ଘଟୁଥିବା ଖବର ସବୁବେଳେ ଆସିଥାଏ । ପୁଣି ଥରେ ରାଜ୍ୟର ଖୁଂଟି ଜିଲ୍ଲାରେ ଏକ ଚାଂଚଲ୍ୟକର ଘଟଣା ଦେଖିବାକୁ ମିଳିଛି । ଜଣେ ପ୍ରେମିକ ନିଜ ପ୍ରେମିକାକୁ ଏଥିପାଇଁ ହତ୍ୟା କରିଛି, କାରଣ ତାର ଉଚ୍ଚତା କମ ଥିଲା । ଗାଁ ଲୋକେ ଓ ପରିଚିତ ଲୋକେ ଏଥିପାଇଁ ଉକ୍ତ ଯୁବତୀଙ୍କୁ ପରିହାସ କରୁଥିଲେ । ଏଥିପାଇଁ ଯୁବତୀ ଜଣକ ପ୍ରେମିକକୁ ବିବାହ ପାଇଁ ଚାପ ପକାଉଥିଲେ । ଏହାପରେ ପ୍ରେମିକ ଅଜିତ ନିଜ ପ୍ରେମିକାର ହତ୍ୟା ଏକ ମାରଣାସ୍ତ୍ରରେ କରିଥିଲା ।
ସୂଚନା ଅନୁଯାୟୀ, ଖୁଂଟୀ ଥାନାର ନେୟଲଡୀହ ଜଙ୍ଗଲରେ ୨୦ ବର୍ଷୀୟ ଯୁବତୀଙ୍କ ଶବ ଜବତ ହୋଇଥିଲା । ଶବ ମିଳିବା ପରେ ୬ ଅକ୍ଟୋବରରେ ଖୁଂଟୀ ଥାନାରେ ମାମାଲା ରୁଜୁ ହୋଇଥିଲା । ମାମାଲା ରୁଜୁ ହେବା ପରେ ଯୁବତୀ ଜଣକ ତୁପୁଦାନା ଥାନା ଅଂଚଳର ଦୁନ୍ଦୁ ଦରହାଟୋଲୀ ନିବାସୀ ଅଂଜଳୀ ତିର୍କୀ ବୋଲି ଜଣାପଡିଥିଲା । ଡିଏସପି କହିଛନ୍ତି ଯେ, ଅଜିତ ନିଜ ପ୍ରେମିକାକୁ ଏଥିପାଇଁ ହତ୍ୟା କରିଥିଲା, କାରଣ ଅଂଜଳୀ ବିବାହ ପାଇଁ ପ୍ରେମିକା ଉପରେ ଚାପ ପକାଉଥିଲା । ଯେତେବେଳେ କି ଗାଁ ଲୋକେ ପ୍ରେମିକ ଅଜିତକୁ ପ୍ରେମିକାର କମ ଉଚ୍ଚତା ନେଇ ପରିହାସ କରୁଥିଲେ । ଏହାକୁ ନେଇ ଅନେକ ଦିନ ଧରି ଅଜିତ ଚିନ୍ତାରେ ଥିଲା କି କଣ କରିବ ।
ପରେ ଗୋଟିଏ ଦିନ ଅଜିତ ନିଜ ପ୍ରେମିକାକୁ ଖୁଂଟି ଜଙ୍ଗଲକୁ ଡାକିଥିଲା । ଯେଉଁଠି ସେମାନେ ଅନେକ ସମୟ ପର୍ୟ୍ୟନ୍ତ ସାଥିରେ ରହିଥିଲେ । ଏହାପରେ ଅଜିତ ପ୍ରେମିକାର ବ୍ୟାଗରେ ଥିବା ସବୁ କପଡାକୁ ବାହାର କରି ଜାଳିଦେଲା । ପରେ ପ୍ରେମିକା ପଚାରିବାରୁ ଅଜିତ କହିଥିଲା ଯେ, ସେ ନୂଆ କପଡା କିଣି ଦେବ । ପରବର୍ତୀ ସମୟରେ ପ୍ରେମିକ ପ୍ରେମିକାକୁ କୁରାଢୀରେ ଆକ୍ରମଣ କରି ତଂଟି କାଟି ହତ୍ୟା କରିବା ସହ ଜଙ୍ଗଲରୁ ଫେରାର ହୋଇଗଲା । ହତ୍ୟାକାଣ୍ଡର ପୋଲିସ ସୂଚନା ପାଇ ଏକ ଟିମ ଗଠନ କରି ତାର ସନ୍ଧାନ ଆରମ୍ଭ କରିଥିଲା ଓ ମୃତ ଯୁବତୀ ଅଂଜଳୀର ପ୍ରେମିକ ଅଜିତ ଗାଡିକୁ ତାର ଗାଁ ଦୁନ୍ଦୁ ଦରହାଟୋଲୀରୁ ଗିରଫ କରିଥିଲା । ଏହି ହତ୍ୟାରେ ବ୍ୟବହାର ହୋଇଥିବା କୁରାଢୀ, ମୃତକର ମୋବାଇଲ ଓ ଆରୋପୀର ମୋବାଇଲକୁ ବି ପୁଲିସ ଜବତ କରିଥିଲା ।