ଭୁବନେଶ୍ବର : ଆଜିକାଲି ଯାହା ପରିସ୍ଥିତି ଚାଲିଛି ସଭିଁଏ ଚିନ୍ତାରେ। ତା ଉପରେ ହେଲ୍ମେଟ୍ ଓ ମାସ୍କ ଚେକିଂରେ ଫାଇନ୍ ଗଣି ଗଣି ଲୋକେ ନାକେଦମ। ତଥାପି ବୁଝିବାର ନା ନେଉନାହାଁନ୍ତି ଅମାନିଆ । ବାରମ୍ବାର କରିଚାଲିଛନ୍ତି କଟକଣାକୁ ବେଖାତିର୍। ଏବେ ଅମାନିଆଙ୍କ ଉପରେ ନଜର ରଖିଛି ପୋଲିସ ।
ସେହିପରି ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି । ରାଜ୍ୟରେ ଦିନକରେ ଅମାନିଆଙ୍କଠୁ ୧୫ ଲକ୍ଷ ୨୬ ହଜାର ୪୫୦ ଟଙ୍କା ଫାଇନ୍ ଆଦାୟ ହୋଇଛି । ୨୪ ଘଣ୍ଟାରେ ଗିରଫ ହୋଇଛନ୍ତି ୫ ଜଣ। ଏହାସହ ୫୪୬ଟି ଗାଡ଼ି ଜବତ ହେବା ସହ ୮ଟି ମାମଲା ରୁଜୁ ହୋଇଛି। କୋଭିଡ କଟକଣା ମାନୁନଥିବାରୁ ଓଡ଼ିଶା ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।