ସମ୍ବଲପୁର : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ପ୍ରଶାସନ କୋଭିଡ ଟିକାନେବା ପାଇଁ ମାଇକ ଜରିଆରେ ପ୍ରଚାର କରୁଛନ୍ତି ପଞ୍ଚାୟତ ଅଧିକାରୀ। ପ୍ରଚାରରେ ସାହି ସାହି ବୁଲି କହୁଛନ୍ତି ପ୍ରଥମ ଡୋଜ ଟିକା ନେଇଥିବା ବ୍ୟକ୍ତିଙ୍କର ଯଦି ୮୪ ଦିନ ପୁରାହୋଇଛି ତେବେ ଦ୍ବିତୀୟ ଡୋଜ୍ ଟିକା ନେଇଯାଆନ୍ତୁ । ଦ୍ବିତୀୟ ଡୋଜ କୋଭିଡ ଟିକା ନେବା ପାଇଁ ପୁରୁଣା ବସ୍ତି ସ୍କୁଲ ଏବଂ ମୁଣ୍ଡାଢିପା ପ୍ରାଥମିକ ବିଦ୍ୟାଳୟରେ ଦିଆଯିବ।
ଯେଉଁ ବ୍ୟକ୍ତିଙ୍କ ୮୪ ଦିନ କୋଭିଡ ଟିକା ନେବା ପୂରଣ ହୋଇଥିବ ଆଉ ଯଦି ସେମାନେ ଟିକା ନନେବେ ତେବେ ସେମାନେ ସରକାରୀ ଯୋଜନାରୁ ବଚିଂତ ହେବେ ବୋଲି ପଞ୍ଚାୟତ ପ୍ରଶାସନ ମାଇକ ଜରିଆରେ ପ୍ରଚାର କରିଛନ୍ତି। ଏହାକୁ ନେଇ ଜନଅସନ୍ତୋଷ ପ୍ରକାଶ ପାଇଛି। ଲୋକଙ୍କ କହିବା କଥା ହେଲା ଟିକାକୁ ଉପଯୁକ୍ତ ସମୟରେ ନେଉଛନ୍ତି। ପଞ୍ଚାୟତ ଅଧିକାରୀ ଏପରି ଭୟ କାହିଁକି ଦେଖାଉଛନ୍ତି ତାହା ଆମେ ଜାଣିପାରୁନୁ।