19.1 C
Bhubaneswar
Tuesday, November 19, 2024
Homeଦେଶ ବିଦେଶକରୋନା ଟିକା ଦେଇଥିବା ରୁଷ ଏବେ ବିବାଦରେ

କରୋନା ଟିକା ଦେଇଥିବା ରୁଷ ଏବେ ବିବାଦରେ

ଲଣ୍ଡନ୍‌:  ଦୁନିଆକୁ ସର୍ବପ୍ରଥମେ କରୋନା ଟିକା ଦେଇଥିବା ରୁଷ ବିବାଦରେ ଆସିଯାଇଛି । ରୁଷର ଗୁଇନ୍ଦାମାନେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନ୍‌କା ଫର୍ମୁଲା ଚୋରି କରି ସ୍ଫୁଟନିକ୍‌-ଭି ଟିକା ତିଆରି କରିଛନ୍ତି ବୋଲି ବ୍ରିଟିଶ୍ ମିଡିଆ ଦାବି କରିଛି । ବ୍ରିିଟେନ୍‌ର ଗୃହ ମନ୍ତ୍ରଣାଳୟ ଏହି ଖବରର ପୁଷ୍ଟି ଯଦିଓ କରିନାହିଁ ତଥାପି ଖବରର ଖଣ୍ଡନ କରିନାହିଁ । ସ୍ଫୁଟନିକ୍‌-ଭି ଟିକା ନିର୍ମାତା ରୁଷର କମ୍ପାନୀ ଗୋମାଲିଆ ନ୍ୟାସ୍‌ନାଲ୍ ଇନିଷ୍ଟିଚ୍ୟୁଟ୍ ଅଫ୍ ଏପିଡେମିଓଲୋଜୀ ଆଣ୍ଡ ମାଇକ୍ରୋବାଇଲୋଜୀ ବ୍ରିଟିଶ୍ ଫର୍ମୁଲା ଚୋରି କରି ଏହି ଟିକା ନିର୍ମାଣ କରିଛି ବୋଲି ବ୍ରିଟେନ୍‌ରୁ ପ୍ରକାଶିତ ‘ଦ ଡେଲୀ ସନ୍‌’ ଓ ‘ଦ ସନ୍‌’ ଦାବି କରିଛି ।

ରୁଷ ନିଜ ଗୁଇନ୍ଦାଙ୍କୁ ଉପଯୋଗ କରି ଏହି ଚୋରି କରିଛି । ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିବା କରୋନା ମହାମାରୀ ବିରୋଧୀ ମୁକାବିଲାରେ ସର୍ବାଗ୍ରେ ରହିବାର ଅଭିଳାଷ ଯୋଗୁଁ ରୁଷର ରାଷ୍ଟ୍ରପତି ଏପରି କାର୍ଯ୍ୟ କରିଛନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ଏହି ରିପୋର୍ଟକୁ ଅସ୍ୱୀକାର କରାଯାଇନାପାରେ, ବାଣିଜ୍ୟିକ, ସମ୍ବେଦନଶୀଳ, ବୈଜ୍ଞାନିକ ରହସ୍ୟ ତଥା ବୌଦ୍ଧିକ ସମ୍ପତ୍ତିକୁ ଅକ୍ତିଆର କରିବା ନେଇ ବିଦେଶୀ ଶକ୍ତିମାନେ କ୍ରମାଗତ ଭାବେ ପ୍ରୟାସ କରିଆସୁଛନ୍ତି ବୋଲି ବ୍ରିଟେନ୍‌ର ଗୃହମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଡେମିୟନ୍ ହିଣ୍ଡ୍‌ସ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking