19.1 C
Bhubaneswar
Tuesday, November 19, 2024
Homeଓଡିଶାଶୌଚାଳୟ ଭିତରେ ଦିନ କାଟୁଛନ୍ତି ଅସହାୟ ମହିଳା

ଶୌଚାଳୟ ଭିତରେ ଦିନ କାଟୁଛନ୍ତି ଅସହାୟ ମହିଳା

ଢେଙ୍କାନାଳ : ଗରିବ, ଅସହାୟ ଲୋକଙ୍କ ଉନ୍ନତି ଦିଗରେ ରାଜ୍ୟ ସରକାର ଗଢି ଚାଲିଛନ୍ତି ଯୋଜନା ପରେ ଯୋଜନା । ଗରିବ, ଖଟିଖିଆ ସାଧାରଣ ଲୋକ ଯେପରି ମୈାଳିକ ସୁବିଧାରୁ ବଂଚିତ ନହେବ ସେଥିପ୍ରତି ଗୁରୁତ୍ୱ ଦେଇ କାମ କରିବାକୁ ଅଧିକାରୀ ମାନଙ୍କୁ ନିର୍ଦେଶ ଦିଆଯାଇଛି । କିନ୍ତୁ ଦୁଃଖର ବିଷୟ ସଂପୃକ୍ତ ଅଧିକାରୀଙ୍କ ଅହେତୁକ ମନୋଭାବ ଯୋଗୁଁ ଆଜି ଗରିବ ଅସହାୟ ଲୋକ ସରକାରୀ ଯୋଜନାଠାରୁ ବହୁ ଦୁରରେ । ରହିବା ପାଇଁ ଖଣ୍ଡିଏ ଘର ଅଛି ନା ଖାଇବା ପାଇଁ ମୁଠାଏ ଦାନା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପର୍ଜଙ୍ଗ ବ୍ଲକ୍ ଅନ୍ତର୍ଗତ ପାଟରପଦା ଗ୍ରାମର ଅସହାୟ ମହିଳା ଚଜୁରୀ ବେହେରାଙ୍କ ନିକଟରେ ।

ମିଳିଥିବା ସୁଚନାରୁ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ୍ ଅନ୍ତର୍ଗତ ପାଟର ପଦା ଗ୍ରାମର ଚତୁରୀ ବେହେରା ମୈାଳିକ ସୁବିଧାରୁ ବଚିଂତ ହୋଇ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି । ବହୁ ଦିନ ତଳେ ସ୍ୱାମୀଙ୍କ ଦେହାନ୍ତ ପରେ ସେ ବହୁକଷ୍ଟରେ ଦିନ କାଟୁଛନ୍ତି । ନିଜର ଭଲ ମନ୍ଦ କଥା ବୁଝିବାକୁ ପାଖରେ କେହି ନାହାନ୍ତି । ଚାଳ ଛପର ଘର ଖଣ୍ଡିକ ମରାମତି ଅଭାବରୁ ଭାଙ୍ଗିରୁଜି ମାଟିରେ ମିଶିଗଲାଣି । ବାଧ୍ୟ ହୋଇ ସାନ କମର ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଅବ୍ୟବହୃତ ଶୈାଚାଳୟରେ ଆଶ୍ରୟ ନେଉଛନ୍ତି ।

ଯଦି କେହି ଦୟାପୁର୍ବକ ହାତ ଟେକା କିଛି ଦେଇଥାନ୍ତି ତାହା ହେଲେ ସେ ଓଳିଏ ଖାଇ ଓଳିଏ ଉପାସ ରହିଥାନ୍ତି । ଅବାସ ଯୋଜନାରେ ଘର ଖଣ୍ଡିଏ, ବିଧବା ଭତା ଓ ରାସନ କାର୍ଡ ପାଇଁ ପଂଚାୟତ ଠାରୁ ଆରମ୍ଭ କରି ବ୍ଲକ୍ ପ୍ରଶାସନ ପର୍ଯ୍ୟନ୍ତ ଦୈାଡି ଦୈାଡି ନଇଁଆନ୍ତ ହୋଇଗଲେଣି ଚତୁରୀ । କେହି ତାଙ୍କ ଦୁଃଖ ଗୁହାରୀ ଶୁଣୁନଥିବା ସେ ପ୍ରକାଶ କରିଛନ୍ତି । ଫଳରେ ସେ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି । ତେବେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଅସହାୟ ଚତୁରୀଙ୍କ ଦୁଃଖ ଦୁର୍ଦଶାରେ ସହାୟତା ଦେବା ପାଇଁ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking