19.1 C
Bhubaneswar
Saturday, November 23, 2024
Homeକରୋନାବିଶ୍ୱରେ ଆଉ ୩ ଲକ୍ଷ୧୬୭ ସଂକ୍ରମିତ

ବିଶ୍ୱରେ ଆଉ ୩ ଲକ୍ଷ୧୬୭ ସଂକ୍ରମିତ

ନୂଆଦିଲ୍ଲୀ : ନିୟନ୍ତ୍ରଣକୁ ଅସିପାରୁ ନାହିଁ ସମଗ୍ର ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ  । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ସୋମବାର ଗତ ୨୪ ଘଣ୍ଟା ମଧ୍ୟରେ ୩ଲକ୍ଷ ୧୬୭ ଜଣ ସଂକ୍ରମିତ ହୋଇଥିବା ବେଳେ ୪ହଜାର ୫୬୯ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩କୋଟି ୫୬ଲକ୍ଷ ୯୮ହଜାର ୧୫୫ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୮ଲକ୍ଷ ୧୫ହଜାର ୪୭୪ ଜଣକୁ ବୃଦ୍ଧି ପାଇଛି । ସେହିପରି ୨୧କୋଟି ୨୫ଲକ୍ଷ ୫୪ହଜାର ୯୦୩ ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧କୋଟି ୮୩ଲକ୍ଷ ୨୭ହଜାର ୭୭୮ଜଣ ଲୋକ ସକ୍ରିୟ ଅଛନ୍ତି ।

ବ୍ରାଜିଲରେ ୨କୋଟି ୧୪ ଲକ୍ଷ ୬୮ହଜାର ୧୨୧ ସଂକ୍ରମିତ ଓ ୫ଲକ୍ଷ ୯୭ ହଜାର ୯୮୭ମୃତ, ୟୁକେରେ ୭୯ ଲକ୍ଷ ୬୮୦ ସଂକ୍ରମିତ ଓ ୧ ଲକ୍ଷ ୩୬ ହଜାର ୯୫୩ ମୃତ, ଋଷିଆରେ ୭୫ ଲକ୍ଷ ୮୬ ହଜାର ୫୩୬ସଂକ୍ରମିତ ଓ ୨ଲକ୍ଷ ୯ ହଜାର ୯୧୮ ମୃତ, ତୁର୍କୀରେ ୭୨ ଲକ୍ଷ ୩୮ହଜାର ୨୬୭ ସଂକ୍ରମିତ ଓ ୬୪ ହଜାର ୬୬୧ ମୃତ, ଫ୍ରାନ୍ସରେ ୭୦ ଲକ୍ଷ ୨୭ ହଜାର ୫୯ ସଂକ୍ରମିତ ଓ ୧ ଲକ୍ଷ ୧୬ ହଜାର ୭୯୮ ମୃତ, ଇରାନରେ ୫୬ ଲକ୍ଷ ୨୪ ହଜାର ୧୨୮ ସଂକ୍ରମିତ ଓ ୧ ଲକ୍ଷ ୨୧ ହଜାର ୧୦୯ମୃତ, ଆର୍ଜେଣ୍ଟିନାରେ ୫୨ ଲକ୍ଷ ୫୯ହଜାର ୭୩୮ ସଂକ୍ରମିତ ଓ ୧ ଲକ୍ଷ ୧୫ ହଜାର ୨୪୫ ମୃତ, କଲୋମ୍ବିଆରେ ୪୯ ଲକ୍ଷ ୬୨ ହଜାର ୫୪ ସଂକ୍ରମିତ ଓ ୧ ଲକ୍ଷ ୨୬ ହଜାର ୪୦୧ମୃତ, ସ୍ପେନରେ ୪୯ ଲକ୍ଷ ୬୧ ହଜାର ୧୨୮ ସଂକ୍ରମିତ ଓ ୮୬ ହଜାର ୪୬୩ମୃତ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking