ଭୁବନେଶ୍ୱର : ସ୍ମାର୍ଟ ସିଟି ଭୁବେନଶ୍ୱେର ମଦ୍ୟପ ଯୁବତୀଙ୍କ ହାଇ ଡ୍ରାମା ଦେଖିବାକୁ ମିଳିଛି । ଗୋଟିଏ ହାତେର ମଦ ବୋତଲ ଆଉ ଗେୋଟ ହାତେର ସିଗାରେଟ । ଅଟୋ ଭିତେର ବସି ବିୟର ବୋତଲ ଧରି ଢକ୍ ଢକ୍ କରି ପିଉଥିବା ବେଳ ଅନ୍ୟ ହାତରେ ସିଗାରେଟ୍ ଧରି ଧୂଆଁ ଉଡାଉଥିଲେ ଯୁବତୀ । ଉକ୍ତ ମାତାଲ ଯୁବତୀ ହାଇଫାଇ ପରିବାରର ବୋଲି ଜଣାପଡୁଛନ୍ତି । ଯୁବତୀଙ୍କ ଏହି ହାଇଡ୍ରାମାର ଦେଖଣାହାରି ସାଜିଥେôଲ ଯାତାୟତ ଲୋକେ । ଖଣ୍ଡଗିରି ନିକଟେର ଥିବା ଜୟେଦବ ବାଟିକା ରୋଡ୍ରେ ଶୁକ୍ରବାର ଏଭଳି ଜେଣ ମାତାଲ୍ ଯୁବତୀଙ୍କ ନାରକୀୟ କାଣ୍ଡ ଦେଖିବାକୁ ମିଳିଥିଲା । ଲୋକଙ୍କ ଭିଡ ଜମିବାରୁ ସେଠାରେ ପୋଲିସ ମଧ୍ୟ ପହଞ୍ଚିଥିଲା । ପଚରାଉଚରା ବେଳେ ପୋଲିସକୁ ମଧ୍ୟ ସେ ହାରକିନ୍ ଦେଖାଉଥିବା ଭିଡିଓରେ ଦେଖିବାକୁ ମିଳିଛି । ପୋଲିସ ତାଙ୍କୁ ପଚରାଉଚରା କରିବା ସହିତ କେବଳ ଫାଇନ୍ କାଟି ଛାଡିଦେଇଥିବା ସୂଚନା ମିଳିଛି ।