ଲଣ୍ଡନ: ଇଂଲଣ୍ଡ ପୁରୁଷ ଓ ମହିଳା କ୍ରିକେଟ୍ ଟିମ୍ର ପାକିସ୍ତାନ ଗସ୍ତ ରଦ୍ଦକୁ ନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି)ର ଚେୟାରମ୍ୟାନ୍ ଇୟାନ୍ ୱାଟ୍ମୋର୍ ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ନିକଟରେ କ୍ଷମାପ୍ରାର୍ଥନା କରିଛନ୍ତି । ଏହା ସହିତ ଇଂଲଣ୍ଡ ଟିମ୍ ୩ଟି ଟେଷ୍ଟ ଓ ୫ ଦିନିକିଆ ମ୍ୟାଚ୍ ସିରିଜ୍ ପାଇଁ ଆସନ୍ତା ବର୍ଷ ପାକିସ୍ତାନ ଗସ୍ତ କରିବା ବୋଲି ଆଶ୍ୱାସନ ଦେଇଛନ୍ତି । ୱାଟ୍ମୋର୍ ଏକ ବୟାନ ଜାରିକରି କହିଛନ୍ତି, ଆମ ନିଷ୍ପତ୍ତିରେ ଯେଉଁମାନଙ୍କ ଆହତ ବା ନିରାଜ କରିଛି ସେମାନଙ୍କ ପାଇଁ ବହୁ ଦୁଃଖିତ ।
ବୋର୍ଡ ନିଷ୍ପତ୍ତି ବହୁତ କଷ୍ଟକର ଥିଲା । ଏହି ନିଷ୍ପତ୍ତି ଆମ ଖେଳାଳି ଏବଂ କର୍ମଚାରୀଙ୍କ ସୁରକ୍ଷା ଓ ମାନସିକ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ନିଆଯାଇଥିଲା । ୱାଟ୍ମୋର୍ ମଙ୍ଗଳବାର ଡେଲି ମେଲ୍ ଖବରକାଗଜକୁ ଏହା ମଧ୍ୟ କହିଥିଲେ ଯେ ନିଷ୍ପତ୍ତି ନେବା ପୂର୍ବରୁ ବୋର୍ଡ ଇଂଲଣ୍ଡ ଟିମ୍ର ଖେଳାଳିଙ୍କ ପରାମର୍ଶ ନେଇ ନଥିଲା । ସେ ଆହୁରି କହିଛନ୍ତି, ଆସନ୍ତା ବର୍ଷ ଏକ ନିର୍ଦ୍ଧାରିତ ପାକିସ୍ତାନ ଗସ୍ତ ପାଇଁ ପ୍ରସ୍ତାବ ଦେଉଛି ଏବଂ ପ୍ଲାନିଂ ସହିତ ଆଗକୁ ବଢ଼ିବୁ । ତେବେ ଏହି ଗସ୍ତ ପାଇଁ ପ୍ଲାନିଂ କରିବାରେ ବହୁ ସମୟ ଲାଗିବ ।