19.1 C
Bhubaneswar
Sunday, November 24, 2024
Homeଓଡିଶାପୁଣି ୨୮ରେ ଲଘୁଚାପ

ପୁଣି ୨୮ରେ ଲଘୁଚାପ

ଭୁବନେଶ୍ୱର : ଚଳିତବର୍ଷ ସେପ୍ଟେମ୍ବର ମାସଟି ଓଡ଼ିଶା ପାଇଁ ବିପଦ ଆଣିଛି । ପ୍ରଥମ ସପ୍ତାହରେ ୨୩ ଜିଲ୍ଲାରେ ମରୁଡ଼ି ଦେଖା ଦେଇଥିବାବେଳେ ଦ୍ବିତୀୟ ସପ୍ତାହରେ ଲଘୁଚାପ ବର୍ଷା ଉପକୂଳ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଥିଲା। ସେପ୍ଟେମ୍ବର ଶେଷ ସପ୍ତାହରେ ଚିନ୍ତା ବଢ଼ାଇଥିଲା ବାତ୍ୟା ‘ଗୁଲାବ’। ଏବେ ‘ଗୁଲାବ’ ଏବେ ବିଶେଷ କ୍ଷୟକ୍ଷତି ନ କରି ଏକପ୍ରକାର ଟଳିଯାଇଥିବାବେଳେ ଆସନ୍ତା ୨୮ ତାରିଖରେ ପୁଣି ଏକ ଲଘୁଚାପର ଆଶଙ୍କା ରହିଛି। ଚଳିତ ମାସରେ ବିପର୍ଯ୍ୟୟକୁ ନେଇ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ପ୍ରାୟ ଜିଲ୍ଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହେବାକୁ ଯାଉଛି। ବାତ୍ୟା ‘ଗୁଲାବ’ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଉପରୋକ୍ତ ଜିଲ୍ଲାଗୁଡିକୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର। ନୂଆପଡା, ବଲାଙ୍ଗୀର, ରାୟଗଡା ଏବଂ କଳାହାଣ୍ଡି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ମଙ୍ଗଳବାରରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ବିଶେଷ କରି ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ସୁନ୍ଦରଗଡ, ଦେବଗଡ, ଝାରସୁଗୁଡା ଏବଂ ବରଗଡ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking