18.1 C
Bhubaneswar
Wednesday, November 20, 2024
Homeଓଡିଶାଆସନ୍ତାକାଲି ୧୧ ଜିଲ୍ଲାରେ ସ୍କୁଲ ଛୁଟି

ଆସନ୍ତାକାଲି ୧୧ ଜିଲ୍ଲାରେ ସ୍କୁଲ ଛୁଟି

ଭୁବନେଶ୍ୱର : ଆସନ୍ତାକାଲି ବାତ୍ୟା ପ୍ରଭାବିତ ହେବାକୁ ଥିବା ୧୧ ଜିଲ୍ଲାରେ ସ୍କୁଲ ଛୁଟି ରହିବ । ମଙ୍ଗଳବାର ସ୍ଥିତିକୁ ଦେଖି ଜିଲ୍ଲାପାଳ ସ୍କୁଲ ବାବଦରେ ନିଷ୍ପତି ନେବେ । ବାତ୍ୟା ମୁକାବିଲା ସମୀକ୍ଷା ବେଳେ ସୂଚନା ଦେଇଛନ୍ତି ଏସଆରସି । ସୂଚନା ଅନୁଯାୟୀ, ଶ୍ରୀକାକୁଲମ୍ ରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଏନେଇ ବାତ୍ୟା ଗୁଲାବ ମୁକାବିଲା ନେଇ ସମୀକ୍ଷା ବୈଠକରେ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ବର୍ଷା ଯଦି ହେଉଥିଲେ ପିଲାମାନେ ଘରୁ ବାହାରିବା ଉଚିତ ହେବ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ତେବେ ବାତ୍ୟା ପ୍ରଭାବରେ କେଉଁ ଜିଲ୍ଲାରେ ସ୍କୁଲ ବନ୍ଦ ହେବ, ସେନେଇ ସଂପୃକ୍ତ ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଓଡ଼ିଶାକୁ ପୁଣି ଭୟ ବଢ଼ାଇଛି ବାତ୍ୟା । ସମୁଦ୍ରରୁ ସ୍ଥଳଭାଗ ମୁହାଁ ହେବାରେ ଲାଗିଛି ବାତ୍ୟା ଗୁଲାବ, ଯାହା ଆଜି ମଧ୍ୟରାତ୍ରରେ ଲ୍ୟାଣ୍ଡଫଲ୍ କରିବ । ବାତ୍ୟା ଗୁଲାବ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଛି । ଲ୍ୟାଣ୍ଡଫଲ ବେଳେ ଗଂଜାମ, ଗଜପତି ଅଧିକ ପ୍ରଭାବିତ ହୋଇପାରେ ବୋଲି ଆକଳନ କରାଯାଉଛି । କିନ୍ତୁ ନିର୍ଦ୍ଦିଷ୍ଟ ଭାବରେ ଶ୍ରୀକାକୁଲମ୍ ଜିଲ୍ଲାରେ ଗୁଲାବ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଏହି ସମୟରେ ପବନର ଘଣ୍ଟାପ୍ରତି ବେଗ ୭୫ରୁ ୮୫ କିମି ରହିବ । ଗଜପତି, କୋରାପୁଟ, ମାଲକାନାଗିରି ନେଇ ଛତିଶଗଡ଼କୁ ଗତି କରିବ ବୋଲି ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking