24.1 C
Bhubaneswar
Sunday, October 27, 2024
Homeଓଡିଶାଆଜିଠୁ ଶ୍ରୀମନ୍ଦିରରେ ନୂଆ ଏସଓପି ଆଧାରରେ ଦର୍ଶନ ଆରମ୍ଭ

ଆଜିଠୁ ଶ୍ରୀମନ୍ଦିରରେ ନୂଆ ଏସଓପି ଆଧାରରେ ଦର୍ଶନ ଆରମ୍ଭ

ପୁରୀ : ଆଜିଠୁ ଶ୍ରୀମନ୍ଦିରରେ ନୂଆ ଏସଓପି ଆଧାରରେ ଦର୍ଶନ ଆରମ୍ଭ । ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ପାରିବେ ଭକ୍ତ । ଶନିବାର ମଧ୍ୟ ଦର୍ଶନ ମିଳିବ । ଏଣିକି ଶ୍ରୀମନ୍ଦିର ପରିସରରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ମହାପ୍ରସାଦ ସେବନ କରି ପାରିବେ ଭକ୍ତ । ମନ୍ଦିର ଭିତରେ ଦୀପ ଲଗାଇବା କଟକଣାକୁ ମଧ୍ୟ ସାମାନ୍ୟ କୋହଳ କରାଯାଇଛି । କେବଳ ସାନିଟାଇଜ ପାଇଁ ରବିବାର ଦର୍ଶନ ବନ୍ଦ ରହିବ । ପ୍ରମୁଖ ପର୍ବପର୍ବାଣୀ ଦିନ ମଧ୍ୟ ବନ୍ଦ ରହିବ ମନ୍ଦିର । ତେବେ ସାଧାରଣ ଦର୍ଶନ ପାଇଁ ପୂର୍ବଭଳି ଦୁଇଡୋଜ୍‌ ଟିକା କିମ୍ବା ୯୬ ଘଣ୍ଟା ମଧ୍ୟର ଆର୍‌ଟିପିସିଆର୍‌ ନେଗେଟିଭ୍‌ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking