19.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଭାରତର ଏମିତି ମନ୍ଦିର ଯେଉଁଠି ଠାକୁରଙ୍କ ମୂର୍ତ୍ତିରୁ ବାହାରେ ଝାଳ

ଭାରତର ଏମିତି ମନ୍ଦିର ଯେଉଁଠି ଠାକୁରଙ୍କ ମୂର୍ତ୍ତିରୁ ବାହାରେ ଝାଳ

ନୂଆଦିଲ୍ଲୀ: ଦୁନିଆ ରହସ୍ୟରେ ପରିପୂର୍ଣ୍ଣ । ସେହି ରହସ୍ୟ ବିଷୟରେ ଜାଣିବା ପାଇଁ ସର୍ବଦ ଲୋକଙ୍କ ମନରେ ଜିଜ୍ଞାସା ଥାଏ । ଅନେକ ରହସ୍ୟ ଉପରୁ ପରଦା ଉଠିଥିବା ବେଳେ ଏମିତି କିଛି ରହସ୍ୟ ଅଛି, ଯାହା ରହସ୍ୟ ହୋଇ ହିଁ ରହି ଯାଇଛି । ଭାରତରେ ଏମିତି ଅନେକ ସ୍ଥାନ ରହିଛି, ଯାହା ନିଜ ଭିତରେ ରହସ୍ୟ ସାଉଁଟି ରଖିଛି । ତେବେ ଅନେକ ରହସ୍ୟ ଲୋକଙ୍କ ଭାବନା ସହ ଜଡିତ । ଭାରତରେ ଏମିତି ଅନେକ ମନ୍ଦିର ରହିଛି,ଯାହା ରହସ୍ୟ ସହ ଜଡିତ । ସେହି ସବୁ ମନ୍ଦିରକୁ ନେଇ ଅନେକ ଅଜବ ଗଜବ ମାନ୍ୟତା ରହିଛି । ଯାହା ବିଷୟରେ ଜାଣିବା ପରେ ଆପଣ ଚକିତ ହୋଇ ରହିଯିବେ । ଭାରତରେ ଏମିତି କିଛି ମନ୍ଦିରରେ ଦେବତାଙ୍କୁ ନେଇ ମାନ୍ୟତା ଅଛି ଠାକୁରଙ୍କ ମୂର୍ତିରୁ ଝାଳ ବାହାରୁଛି ।
ଉଧ୍ୟପ୍ରଦେଶର ଜବଲପୁରସ୍ଥିତ ମା କାଳୀ ମନ୍ଦିରକୁ ନେଇ ବି ମାନ୍ୟତା ରହିଛି ଯେ, ସେଠାରେ ମା ଙ୍କ ପ୍ରତିମାରୁ ଝାଳ ବାହାରେ । କାଳୀ ମା ଗରମ ସହି ନପାରିବାରୁ ତାଙ୍କ ମୂର୍ତିରୁ ଝାଳ ବାହାରେ ବୋଲି ଲେକ କୁହନ୍ତି । ସେଥିପାଇଁ ମନ୍ଦିରରେ ସର୍ବଦା ଏସି ଚାଲିଥାଏ । ଜବଲପୁରରେ ଥିବା ସେହି ମନ୍ଦିର ୬୦୦ ବର୍ଷ ପୁରୁଣା ବୋଲି କୁହାଯାଏ । ଏହାକୁ ଗୋଣ୍ଡବାନା ସାମ୍ରାଜ୍ୟ ମଧ୍ୟରେ ସ୍ଥାପନ କରାଯାଇଥିଲା । ତା ପରଠୁ ସେଠାରେ ଏହି ମାନ୍ୟତା ପ୍ରଚଳିତ ହୋଇ ଆସୁଛି ।
ହିମାଚଳ ପ୍ରଦେଶରେ  ଭଲେଇ ମାତଙ୍କ ମନ୍ଦିରକୁ ବିପୁଳ ମାତ୍ରାରେ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଯାଆନ୍ତି । ନବରାତ୍ରି ଦିନ ସେଠାରେ ସାଦାରଣ ଦିନ ଠାରୁ ଅଧିକ ଗହଳି ରହିଥାଏ । ସେଠାରେ ବି ମନ୍ଦିରକୁ ନେଇ ଲୋକଙ୍କ ମନରେ ମାନ୍ୟତା ଅଛି ଯେ, ଦେବୀଙ୍କ ମୂର୍ତିରୁ ଝାଳ ବାହାରେ । ବିଶ୍ୱାସ କରାଯାଏ, ଯେଉଁ ସମୟରେ ଦେବୀଙ୍କ ମୂପ୍ତିରୁ ଝାଳ ବାହାରେ ସେହି ସମୟରେ ଉପସ୍ଥିତ ଶ୍ରଦ୍ଧାଳୁଙ୍କ ମନୋକାମନା ପୂର୍ଣ୍ଣ ହୋଇଥାଏ । ମନ୍ଦିରର ପୂଜକଙ୍କ କହିବାନୁସାରେ, ମା ଙ୍କ ମୂର୍ତି ସେହି ଗାଁରେ ପ୍ରକଟ ହୋଇଥିଲା । ପରେ ସେଠାରେ ମନ୍ଦିର ନିର୍ମାଣ କରାଗଲା ।
ତାମିଲନାଡୁରେ ଭଗବାନ କାର୍ତିକେୟ ମୁରଗାର ସିକ୍କକଲ ସିଙ୍ଗରବେଲାବର ମନ୍ଦିରକୁ ନେଇ ଭାଗବାନଙ୍କ ପ୍ରତିମାରୁ ଝାଳ ବାହାରୁଥିବା  ଲୋକଙ୍କ ମଧ୍ୟରେ କୁହାଯାଏ ।ସେଠାରେ ପ୍ରତିବର୍ଷ ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଏକ ପର୍ବର ଆୟୋଜନ କରାଯାଏ । ତା ମଧ୍ୟରେ ଭଗବାନ ସୁବ୍ରମଣ୍ୟ ଙ୍କ ପଥର ମୂର୍ତିରୁ ଝାଳ ବାହାରିଥାଏ ଓ ଉତ୍ସବ ସମାପ୍ତ ହେଲା ବେଳକୁ ଝାଳ କମ ହେବାକୁ ଲାଗେ । ଏହାକୁ ସୁରାପଦମନ ନାମକ ରାକ୍ଷସ ଉପରେ ଭଗବାନ ସୁବ୍ରମଣ୍ୟଙ୍କ ବିଜୟ ରୂପରେ ପାଳନ କରାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking