ଭବାନୀପାଟଣା: ଗର୍ଭବତୀ ସ୍ତ୍ରୀର ତଣ୍ଟି କାଟି ତାକୁ ହତ୍ୟା ଉଦ୍ୟମ କରିଛି ଜଣେ ସ୍ୱାମୀ । ଗୁରୁତର ସ୍ତ୍ରୀ କେସିଙ୍ଗା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କେସିଙ୍ଗା ଥାନା ଧନରମାଲ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁଯାୟୀ, ସମ୍ବଲପୁର ଅଞ୍ଚଳର ପ୍ରକାଶନୀ ସାହାଣୀ ଧନରମାଲ ଅଞ୍ଚଳର ନିହାର ସାହାଣୀଙ୍କୁ ବିବାହ କରିଥିଲେ । ପ୍ରକାଶନୀଙ୍କ ବୟାନ ଅନୁଯାୟୀ ଗତକାଲି ରାତିରେ ସ୍ୱାମୀ ଗଳାକାଟି ଦେବାରୁ ସେ ଅଚେତ ହୋଇ ପଡ଼ିଥିଲେ । ଆଜିସକାଳୁ ପଡ଼ୋଶୀ ଉଦ୍ଧାର କରିଛନ୍ତି । ପଡ଼ୋଶୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେସିଙ୍ଗା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଅଭିଯୁକ୍ତ ସ୍ୱାମୀ ନିହାର ସାହାଣୀ ଫେରାର ରହିଥିବା ଜଣାଯାଇଛି । ପ୍ରକାଶନୀଙ୍କ ବୟାନ ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ନିଜ ସ୍ୱାମୀ ଗଳାକାଟି ଦେବାରୁ ସେ ଅଚେତ ହୋଇ ପଡ଼ିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଅଭିଯୁକ୍ତ ସ୍ୱାମୀ ନିହାର ସାହାଣୀ ଫେରାର ରହିଛି ।