19.1 C
Bhubaneswar
Friday, November 22, 2024
Homeଓଡିଶାକରୋନା କଟକଣାରେ ପାଳିତ ହେବ ଗଣେଶ ପୂଜା

କରୋନା କଟକଣାରେ ପାଳିତ ହେବ ଗଣେଶ ପୂଜା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଗଣେଶ ପୁଜାକୁ ଆଖି ଆଗରେ ରଖି ଜିଲ୍ଲା ସଦ୍ଭାବନା ଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ପୁଜା ପ୍ରତିଷ୍ଠାନ କୋଭିଡ୍ ଗାଇଡ ଲାଇନ୍ ଅନୁପାଳନ ପୁର୍ବକ ପୁଜା ସମାପନ କରିବାକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ପରାମର୍ଶ ଦେଇଛନ୍ତି । ଆସନ୍ତା ସେପ୍ଟେମ୍ବର ୧୦ ତାରିଖରେ ଗଣେଶ ପୁଜା ଆରମ୍ଭ ହୋଇ ୧୨ ତାରିଖ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତି ହୋଇଛି । ପ୍ରତି ପୁଜା ମଣ୍ଡପରେ ମୁର୍ତି ଗୁଡିକ୪ ଫୁଟ ଉଚ୍ଚତା ରହିବା ସହିତ ପୁଜା ସମୟରେ ପୂଜକ ଏବଂ କର୍ମକର୍ତାଙ୍କ ସମେତ ୭ ଜଣ ବ୍ୟକ୍ତି ରହିପାରିବେ । ପୁଜା ମଣ୍ଡପ ଗୁଡିକରେ ସର୍ବସାଧାରଣଙ୍କ ଦର୍ଶ ସାଙ୍ଗକୁ ଭୋଜିଭାତ, ବାଜାରୋସଣୀକୁ ବାରଣ କରାଯାଇଛି । ଅସ୍ଥାୟୀ ପୋଖରୀ କରାଯାଇ ମୂର୍ତିଗୁଡିକ ବିସର୍ଜନ କରାଯିବା ନିମନ୍ତେ ବ୍ୟବସ୍ଥା କରାଯିବ । ମୂର୍ତି ବିସର୍ଜନ ସମୟରେ କୈାଣସି ପ୍ରକାର ବାଜା, ଶୋଭାଯାତ୍ରା ଗୀତ ଆଦି ପ୍ରଦର୍ଶନ କରାଯିବ ନାହିଁ । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାଶ, ପୈାରନିର୍ବାହୀ ଅଧିକାରୀ ଅତନୁ ସାମନ୍ତ ଓ ମିଳିତ ଗଣେଶ ପୂଜା ପ୍ରତିଷ୍ଠାନ କମିଟିର ସଭାପତି ସମେତ ସମସ୍ତ କର୍ମକର୍ତାମାନେ ଉପସ୍ଥିତ ଥିଲେ ।

ହିନ୍ଦୋଳ ବ୍ଲକ୍‌ରେ ମରୁଡି ବିଗୁଲ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଏକ ପାହାଡ ପର୍ବତ ମାଳା ଅଚଂଳ । ଏଠାରେ ବାସ କରୁଥିବା ଅଧିକାଂଶ ଲୋକ କୃଷି କାର୍ଯ୍ୟ ଉପରେ ନିର୍ଭର କରି ଚଳିଥାନ୍ତି । ଉକ୍ତ ବ୍ଲକ୍‌ରେ ଅଣ ଜଳସେଚିତ ଜମି ଅଧିକ ଥିବା ସହିତ କମ୍ ଅଚଂଳରେ ଜଳ ସେଚିତ ହୋଇଥିବା ବେଳେ ସ୍ୱଳ୍ପ ବୃଷ୍ଟିପାତ କାରଣରୁ ଜଳ ସରଂକ୍ଷଣ ହୋଇପାରିନାହିଁ । ଫଳରେ ଜଳସେଚିତ ଅଚଂଳ ସହ ଅଣ ଜଳସେଚିତ ଅଚଂଳର ଜମିଗୁଡିକ ଫାଟି ଆଁ କଲାଣି । କେତେକ ଜମିରେ ଗାଈଗୋରୁ ଚରିଲେଣି ।

ହିନ୍ଦୋଳ ବ୍ଲକରେ ଧାନ ଚାଷ ନିମନ୍ତେ ୧୫ ହଜାର ୮୩୦ ହେକ୍ଟର ଏବଂ ଅଣଧାନ ଚାଷ ନିମନ୍ତେ ୧୩ ହଜାର ୮୭୩ ହେକ୍ଟର ଜମି ରହିଛି। ଉକ୍ତ ଅଚଂଳର ଅନେକ ଚାଷୀ ଅଣ କୁଷଳି ଶ୍ରମିକଙ୍କୁ ନେଇ ନିଜର ବର୍ଷ ତମାମ ଚଳଣି ନିମନ୍ତେ ଧାନ ଚାଷ କରିଚଳିଥାନ୍ତି । ମାତ୍ର ଚଳିତ ବର୍ଷ ଆବଶ୍ୟକତା ଠାରୁ କମ୍ ବୃଷ୍ଟିପାତ ହେବା ଯୋଗୁଁ ଚାଷି ମୁଣ୍ଡରେ ଚଡକ ପଡିଛି । ଅନ୍ୟପଟେ ଜମି ଗୁଡିକ ଫାଟି ଆଁ କରିବା ସହ ତଳି ଘେରା ଗୁଡି ପୋଡି ନଷ୍ଟ ହେଲାଣି । ତେଣୁ ଏଠାରେ ଚାଷ ଜମି ଗୁଡିକ ଗୋରୁ ଗାଈଙ୍କ ଚରାଭୁଇଁ ପାଲଟିଲାଣି ।

ସରକାର ରିପୋର୍ଟ ଅନୁସାରେ ଚଳିତ ବର୍ଷ ଜୁନ୍ ମାସରେ ୨୨୫ ମିଲିମିଟର ବର୍ଷା ଆବଶ୍ୟକ ସ୍ଥଳେ ୩୧୮ ମିମି, ଜୁଲାଇ ମାସରେ ୩୧୭ ମିମି ଦରକାର ବେଳେ ୪୨୯ ମିମି ଏବଂ ଅଗଷ୍ଟ ମାସ ମଧ୍ୟଭାଗ ସୁଧା ୧୭୮ ମିମି ଦରକାର ବେଳେ ୫୧ ମିମି ବର୍ଷା ସମଗ୍ର ଚାଷିକୁଳକୁ ହତାଶ କରିପକାଇଛି । ସତେ ଯେମିତି ଜଳସେଚନ ପାଇଁ ପ୍ରକ୍ଳପ ଗୁଡିକ ଲୋକଙ୍କ ପାଇଁ ସାତ ସ୍ୱପ୍ନ ପାଲିଟିଛି । ତେଣୁ ହିନ୍ଦୋଳ ବ୍ଲକ୍‌କୁ ସଂପୁର୍ଣ୍ଣ ମରୁଡି ଘୋଷଣା କରିବା ସାଧାରଣରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking