19.1 C
Bhubaneswar
Friday, November 22, 2024
Homeଦେଶ ବିଦେଶବର୍ବରତାର ଶିକାର ହୋଇଥିବା ମହିଳା କହିଲେ ହୃଦୟଥରା କାହାଣୀ....

ବର୍ବରତାର ଶିକାର ହୋଇଥିବା ମହିଳା କହିଲେ ହୃଦୟଥରା କାହାଣୀ….

ନୂଆଦିଲ୍ଲୀ : ଭୟଙ୍କର ତାଲିବାନୀ ସରକାରକୁ ନେଇ ଆଫଗାନିସ୍ତାନ ବାସିନ୍ଦା ଭୟରେ ଥରହର ହୋଇ ବଞ୍ଚୁଛନ୍ତି । ଜୀବନ ବଞ୍ଚାଇବା ପାଇଁ ଦେଶ ଛାଡି ଲୋକମାନେ ଯେଉଁଆଡ଼େ ପାରୁଛନ୍ତି ଚାଲିଯାଉଛନ୍ତି । ତାଲିବାନୀ ମାନେ କେତେ ଭୟଙ୍କର ତାହା କେବଳ ଅଙ୍ଗେ ନିଭେଇଥିବା ଲୋକମାନେ ହିଁ କହିପାରିବେ । ବିଶେଷ କରି ମହିଳା ମାନଙ୍କ ଉପରେ ହେଉଥିବା ବର୍ବରତା ନ କହିବା ହିଁ ଭଲ । ଏନେଇ ଜଣେ ଅଫଗାନ୍ ମହିଳା ନିଜର ଦୁଃଖ ବଖାଣିଛନ୍ତି । ଆଫଗାନିସ୍ତାନରେ ମହିଳାମାନେ ସମ୍ମୁଖୀନ ହେଉଥିବା ଅତ୍ୟାଚାରର କାହାଣୀ ବିଷୟରେ ଦିଲ୍ଲୀରେ ରହୁଥିବା ଜଣେ ଆଫଗାନ ମହିଳା ଖାତେରା କହିଛନ୍ତି । ତାଲିବାନି ମାନେ ମହିଳା ମାନଙ୍କ ଦ୍ୱାରା ଭୁଲ୍ ହେଲେ ସେମାନଙ୍କୁ ଦଣ୍ଡ ସ୍ୱରୂପ ହତ୍ୟା କରୁଥିଲେ । ଏହାପରେ ସେମାନଙ୍କ ଶବକୁ କୁକୁରମାନଙ୍କୁ ଖାଇବାକୁ ଦେଉଥିଲେ । ଖାଲି ଏତିକି ନୁହେଁ, ମହିଳାଙ୍କ ଆଖି ତାଡ଼ିବା ଭଳି କାର୍ଯ୍ୟ ମଧ୍ୟ କରିବାରେ ତାଲିବାନୀମାନେ ପଛାନ୍ତି ନାହିଁ । ସୂଚନା ଅନୁଯାୟୀ, ଆଫଗାନର ଗଜନି ପ୍ରଦେଶରେ ରହୁଥିବା ୩୩ ବର୍ଷୀୟ ଖତେରା ଗତବର୍ଷ ଅକ୍ଟୋବର ମାସରେ ତାଲିବାନ ବର୍ବରତାର ଶିକାର ହୋଇଥିଲେ । ତାଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା । କିନ୍ତୁ ସେ ସେଥିରୁ ଅଳ୍ପକେ ବର୍ତ୍ତିଯାଇଥିଲେ । ଗଜନି ପ୍ରଦେଶର ପୋଲିସ ବିଭାଗରେ କାମ କରୁଥିଲେ ଖତେରା । ଘଟଣା ଦିନ ସେ ଡ୍ୟୁଟିରୁ ଘରକୁ ଫେରୁଥିବା ବେଳେ ବାଇକରେ ୩ ଜଣ ତାଲିବାନୀ ଆସି ପହଞ୍ଚିଥିଲେ । ସେମାନେ ଖତେରାଙ୍କ ଆଇଡି ଚେକ୍ କରିଥିଲେ । ଏହାପରେ ତାଙ୍କ ଉପରେ ଗୁଳିମାଡ଼ କରିଥିଲେ ।

ତାଙ୍କ ଶରୀରରେ ୮ଟି ଗୁଳି ବାଜିଥିଲା । କେବଳ ସେତିକି ନୁହେଁ ତାଲିବାନୀମାନେ ତାଙ୍କ ଶରୀରରେ ଛୁରାମାଡ ମଧ୍ୟ କରଥିଲେ । ଏହାସହ ବେହୋସ ହୋଇଯିବା ପରେ ତାଙ୍କ ଆଖିକୁ ଛୁରୀରେ ଆକ୍ରମଣ କରି ସେହି ସ୍ଥାନ ଛାଡି ଚାଲିଯାଇଥିଲେ । ଆକ୍ରମଣର ଶିକାର ହେବା ବେଳେ ୨ ମାସର ଗର୍ଭବତୀ ଥିଲେ ଖତେରା । ଘଟଣା ପରେ ପ୍ରଥମେ ସେ କାବୁଲ ଓ ପରେ ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥାନାନ୍ତର ହୋଇଥିଲେ । ତାଙ୍କ ପାଖରେ କିଛି ଟଙ୍କା ଥିବାରୁ ସେ ନିଜ ସ୍ୱାମୀ ଓ ପିଲା ସହ ଦିଲ୍ଲୀରେ ରହି ଚିକିତ୍ସିତ ହୋଇପାରୁଛନ୍ତି । ଏହା ବ୍ୟତୀତ ସେ କହିଛନ୍ତି କି, ‘ମୁଁ ଭାଗ୍ୟଶାଳୀ ଥିବାରୁ ଏପରି ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି । ମହିଳା ମାନଙ୍କୁ ଦଣ୍ଡ ସ୍ୱରୂପ ମହିଳାମାନଙ୍କୁ ହତ୍ୟା କରିବା ପରେ ଶବକୁ କୁକୁରମାନଙ୍କୁ ଖାଇବାକୁ ଦେଉଥିଲେ । ଆଫଗାନରେ ତାଲିବାନୀ ଅଧୀନରେ ରହିବା ମରଣଯନ୍ତ୍ରଣା ଠାରୁ କିଛି କମ ନୁହେଁ । ସେମାନେ ବିଶେଷ କରି ମହିଳା, ଛୋଟ ପିଲା ଓ ସଂଖ୍ୟାଲଘୁ ମୁସଲିମଙ୍କ ସହ ଅତ୍ୟାଚାର କରନ୍ତି’ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking