19.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଏବେ ହ୍ୱାଟସଆପରେ କୋଭିଡ ସାର୍ଟିଫିକେଟ

ଏବେ ହ୍ୱାଟସଆପରେ କୋଭିଡ ସାର୍ଟିଫିକେଟ

ନୂଆଦିଲ୍ଲୀ: ଏଣିକି ହ୍ୱାଟସଆପରେ ମିଳିବ କୋଭିଡ ସାର୍ଟିଫିକେଟ । କୋଭିଡ ଟିକା ନେଇଥିବା ବ୍ୟକ୍ତିମାନେ ଏବେ ହ୍ୱାଟସଆପ ଜରିଆରେ କୋଭିଡ ଭ୍ୟାକସିନ ସାର୍ଟିଫିକେଟ ପାଇପାରିବେ । ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା । ହ୍ୱାଟସଆପରେ ୯୦୧୩୧୫୧୫୧୫ ନମ୍ବରକୁ ସେଭ କରି ପରେ କୋଭିଡ ସାର୍ଟିଫିକେଟ ଲେଖି ପଠାଇବା ପରେ ଆପଣଙ୍କ ମୋବାଇଲକୁ ଏକ ଓଟିପି ଆସିବ । ଏହାପରେ ସେହି ଓଟିପି ଦେବାର କିଛି ସେକେଣ୍ଡ ମଧ୍ୟରେ ହ୍ୱାଟସଆପକୁ ଭ୍ୟାକ୍ସିନ ନେଇଥିବା ସାର୍ଟିଫିକେଟ ଆସିଯିବ । ତେବେ ପୂର୍ବରୁ ସମସ୍ତେ କୋଭିଡ ସାର୍ଟିଫିକେଟ ପାଇଁ କୋୱିନ ଆପକୁ ଯାଇ ବେନିଫିସିଆରି ଆଇଡି ନମ୍ବର ଦେଇ ସାର୍ଟିଫିକେଟ ଡାଉନଲୋଡ କରୁଥିଲେ ଏବଂ ମୋବାଇଲ ନମ୍ବର ଦେଇ ମଧ୍ୟ ସାର୍ଟିଫିକେଟ ଡାଉନଲୋଡ କରୁଥିଲେ । ହେଲେ ଏବେ ଆପଣ ଚାହିଁଲେ ବି ହ୍ୱାଟସଆପରେ ସାର୍ଟିଫିକେଟ ପାଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking