ଭୁବନେଶ୍ୱର : ନଡ଼ିଆ ପାଣି ଏପରି ଏକ ପାନୀୟ, ଯାହାର ଲାଭ ଅନେକ । ଅଧିକାଂଶ ଲୋକ ଗ୍ରୀଷ୍ମ ରୂତୁରେ ଏହାକୁ ଖାଆନ୍ତି । ନଡ଼ିଆ ପାଣି ପିଇବା ସ୍ୱାଦିଷ୍ଟ, ଏଥିରେ ଅନେକ ପ୍ରକାରର ଭିଟାମିନ୍, ମିନେରାଲ୍ସ ଏବଂ ଇଲେକ୍ଟ୍ରୋଲାଇଟ୍ ମିଳିଥାଏ । ଏହା ସହିତ, ଏଥିରେ କ୍ୟାଲୋରୀ ଏବଂ ଚର୍ବିର ପରିମାଣ ମଧ୍ୟ ବହୁତ କମ୍ ଅଟେ, ଯାହା ଏହାକୁ ଏକ ସୁସ୍ଥ ପାନୀୟ କରିଥାଏ । ହେଲେ ଖରା ଦିନେ ଏହାର ଚାହିଦା ଖୁବ୍ ବଢ଼ିଯାଇଥାଏ ।
ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ –
-ନଡ଼ିଆ ପାଣିରେ ଖଣିଜ ଲବଣ ଭରପୂର ହୋଇଥାଏ । ନଡ଼ିଆ ପାଣି ପିଇଲେ ଆମ ଶରୀରକୁ ଶକ୍ତି ମିଳିଥାଏ ।
-ଏହା ଆମ ଶରୀରରେ ରୋଗ ପ୍ରତିରୋଧ ଶକ୍ତିକୁ ବଢ଼ାଇଥାଏ । ଫଳରେ ଶରୀରରେ କୌଣସି ରୋଗ ହେବାର ଆଶଙ୍କା କମ୍ ହୋଇଥାଏ ।
– ଏହା ଆମ ଶରୀରର ମୋଟାପଣକୁ ବି ଦୂର କରିଥାଏ । ନଡ଼ିଆ ପାଣି ପିଇବାଦ୍ୱାରା ଆମକୁ ବାରମ୍ବାର ଭୋକ ହୋଇ ନ ଥାଏ ।
-ବିଶେଷ କରି ସକାଳେ ନଡ଼ିଆ ପାଣି ପିଇଲେ ଶରୀର ପାଇଁ ଅଧିକ ଲାଭଦାୟକ ହୋଇଥାଏ ।
– ନଡ଼ିଆ ପାଣି ପିଇଲେ ଗଳଗଣ୍ଡ ଭଳି ମାରାତ୍ମକ ରୋଗ ଭଲ କରିବାରେ ସହାୟକ ହୋଇଥାଏ । ଆମ ଶରୀରରେ ବୃକକ୍କୁ ସୁସ୍ଥ ରଖେ ନଡ଼ିଆ ପାଣି।
-ନଡ଼ିଆ ପାଣି ପିଇଲେ ୟୁରିନ ଇନଫେକ୍ସନ ଭଳି ମାରାତ୍ମକ ରୋଗ ହେବାର ଆଶଙ୍କା କମ୍ ଥାଏ ।
– ନଡ଼ିଆ ପାଣି ଆମ ତ୍ୱଚାକୁ ମସୃଣ ଓ ଉଜ୍ଜଳ ରଖିଥାଏ ।