ନୂଆଦିଲ୍ଲୀ: ଅନଲାଇନ୍ ଶପିଂ କମ୍ପାନୀ ଆମାଜନ ଓ ଫ୍ଲିପକାର୍ଟ ବିରୋଧରେ କମ୍ପିଟିସନ କମିଶନ ଅଫ ଇଣ୍ଡିଆ(ସିସିଆଇ) କରୁଥିବା ଆଣ୍ଟି ଟ୍ରଷ୍ଟ ତଦନ୍ତ ପୂର୍ବଭଳି ଜାରି ରହିବ ବୋଲି କୋର୍ଟର ଘୋଷଣା ପରେ ଆମାଜନ ଓ ଫ୍ଲିପକାର୍ଟକୁ ଝଟକା ମିଳିଛି ।
ତେବେ ସୂଚନନେୁଯାୟୀ, ଆଣ୍ଟି କମ୍ପିଟିସନ ଚୁକ୍ତିକୁ ଏମାନେ ଉଲ୍ଲଙ୍ଘନ କରିଥିବାରୁ ସେମାନଙ୍କ ବିରୋଧରେ ସିସିଆଇ ତଦନ୍ତ କରୁଛି । ସିସିଆଇ ତଦନ୍ତ ଉପରେ ରୋକ ଲଗାଇବାକୁ ଏହି ଦୁଇ କମ୍ପାନୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ଉଭୟ କମ୍ପାନୀ ତଦନ୍ତର ସମ୍ମୁଖୀନ ହେବାକୁ ବାଧ୍ୟ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ ଖଣ୍ଡପୀଠ କହିଛନ୍ତି, ବଡ଼ ବଡ଼ ଇ-କର୍ମସ କମ୍ପାନୀ ହିସାବରେ ଆମାଜନ ଓ ଫ୍ଲିପକାର୍ଟ ନିଜ ଆଡ଼ୁ ତଦନ୍ତରେ ସହଯୋଗ କରିବା କଥା । ହେଲେ ଏମାନେ ତଦନ୍ତକୁ ବିରୋଧ କରି ଆବେଦନ କରିବା ଆଶ୍ଚର୍ୟ୍ୟଜନକ । ଖଣ୍ଡପୀଠ ଏହାପରେ ଉଭୟ କମ୍ପାନୀକୁ ତଦନ୍ତରେ ସାମିଲ ହେବାକୁ ୪ ସପ୍ତାହର ସମୟ ଦେଇଛନ୍ତି ।