ନୂଆଦିଲ୍ଲୀ: ଫ୍ଲାଇଟରେ ଅନେକ ଥର ଯାତ୍ରୀ ଏମିତି କିଛି ହରକତ କରିଥାନ୍ତି, ଯେଉଁଥିପାଇଁ ପରେ ସେମାନଙ୍କୁ ନିନ୍ଦିତ ହେବାକୁ ପଡିଥାଏ । କେବେ କେବେ ଏହି ମାମଲା ଅତି ସାଂଘାତିକ ବି ହୋଇଥାଏ । ତେବେ ଫ୍ଲୋରିଡାରୁ ମିୟାମୀ ଯାଉଥିବା ଏକ ଫ୍ଲାଇଟ ଭିତରେ କିଛି ଏମିତି ହୋଇଥିବା ଜଣାପଡିଛି । ରିପୋର୍ଟ ଅନୁସାରେ, ଫ୍ଲୋରିଡାରୁ ମିୟାମୀ ଯାଉଥିବା ଫ୍ଲାଇଟ ଉଡାଣ ମଧ୍ୟରେ ଜଣେ ବ୍ୟକ୍ତି ନିଶାଶକ୍ତ ଅବସ୍ଥାରେ ଦୁଇ ମହିଳା ଆଟେଣ୍ଡାଣ୍ଟଙ୍କ ସହିତ ଦୁର୍ବବ୍ୟବହାର କରିଛନ୍ତି । ଏତିକି ନୁହେଁ, ସେ ଜଣେ ପୁରୁଷ ଫ୍ଲାଇଟ ଆଟେଣ୍ଡାଣ୍ଟଙ୍କ ସହିତ ବି ମାରପିଟ କରିଛନ୍ତି । ଯାହାପରେ ମିୟାମୀ ପୁଲିସ ଅଭିଯୁକ୍ତକୁ ମିୟାମୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ଗରିଫ କରିଛି ।
ପୁଲିସ କହିବାନୁସାରେ, ଓହାୟୋର ନରବାକରେ ରହୁଥିବା ୨୨ ବର୍ଷର ମ୍ୟାକ୍ସବେଲ ବେରୀ ଙ୍କୁ ଟମାଓଟରା ଓ ମାରପିଟ କରିବା ଅଭିଯୋଗରେ ମିୟାମୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଶନିବାର ଗିରଫ କରାଯାଇଛି । ପୁଲିସ ଆହୁରି ମଧ୍ୟ କହିଛି ଯେ, ଫ୍ରଣ୍ଟିୟର ଏୟାରଲାଇନ୍ସର ଉଡାଣ ସମୟରେ ବେରି ଦୁଇଥର ଡ୍ରିଙ୍କ କରିଥିଲେ ଓ ଆଉ ଥରେ ଡ୍ରିଙ୍କ ପାଇଁ ଅର୍ଡର ଦେଇଥିଲେ । ନିଜ ସାର୍ଟରେ ସେ ଡ୍ରିଙ୍କ ଢାଳିଦେଇଥିଲେ । ପରେ ବାଥରୁମ ଗଲେ ଓ ବିନା ସାର୍ଟରେ ବାହାରକୁ ଆସିଥିଲେ ।
ଫ୍ଲାଇଟ ଭିତରେ ୧୫ ମିନିଟ ବୁଲିବା ପରେ ବେରି କଥିତ ରୂପରେ ମହିଳା ଫ୍ଲାଇଟ ଆଟେଣ୍ଡାଣ୍ଟ ଙ୍କ ସହିତ ଟଣାଓଟରା କରିଥିଲେ ।