25.1 C
Bhubaneswar
Thursday, November 28, 2024
Homeଓଡିଶାଭାତୃହନ୍ତାର ଦଣ୍ଡ କୋହଳ କଲେ ହାଇକୋର୍ଟ

ଭାତୃହନ୍ତାର ଦଣ୍ଡ କୋହଳ କଲେ ହାଇକୋର୍ଟ

କଟକ : ଜଣେ ଭାତୃହନ୍ତାର ଦଣ୍ଡକୁ କୋହଳ କରିଛନ୍ତି ହାଇକୋର୍ଟ ।  ଫଳରେ ଆଜୀବନ କରାଦଣ୍ଡାଦେଶ ଭୋଗୁଥିବା ଭାତୃହନ୍ତା ଆସାମୀ ଭିକାରୀ ଚରଣ ଦାସ ଜେଲ୍‌ରୁ ମୁକୁଳିବ । ଆସାମୀ ଭିକାରୀ ପକ୍ଷରୁ ରୁଜୁ ଆବେଦନର ଶୁଣାଣି କରି ହାଇକୋର୍ଟ ଏପରି ଆଦେଶ ଦେଇଛନ୍ତି । ଭାତୃହତ୍ୟାକାରୀ ଭିକାରକୁ ନୟାଗଡ ଅତିରିକ୍ତ ସେସନ୍ସ ଜଜ୍ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଥିଲେ । ଏହି ମାମଲାରେ ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ ଖାରଜ କରି ଆଇପିସିର ୩୦୪ ଦଫାରେ ତାକୁ ୧୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଆସାମୀ ଜେଲ୍‌ରେ ୧୫ ବର୍ଷ ରହିସାରିଥିବାରୁ ତାକୁ ଜେଲ୍‌ରୁ ଛାଡ କରିବାକୁ ହାଇକୋର୍ଟ କହିଛନ୍ତି ।  ୨୦୦୬ ମସିହା ମାର୍ଚ୍ଚ ୪ ତାରିଖରେ ଆସାମୀ ଏପରି ହତ୍ୟାକାଣ୍ଡ କରିଥିଲେ । ନୟାଗଡର ଇଟାମାଟି ଫାଣ୍ଡିରେ ଭିକାରୀ  ବିରୋଧରେ ହତ୍ୟା ଅଭିଯୋଗ ହୋଇଥିଲା । ନୟାଗଡ ଅତିରିକ୍ତ ସେସନ୍ସ ଜଜ୍ ଗତ ୨୦୦୮ ମସିହା ଅଗଷ୍ଟ ୭ ତାରିଖରେ ଅଭିଯୁକ୍ତକୁ ଆଇପିସିର ୩୦୨ଦଫାରେ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଥିଲେ । ନିମ୍ନ ଅଦାଲତଙ୍କ ଏପରି  ଆଦେଶ ବିରୋଧରେ ଆସାମୀ ହାଇକୋର୍ଟରେ ଆବେଦନ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking