19.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶପ୍ରବଳ ବର୍ଷାରେ ୩ ମୃତ, ୧୦ ହଜାର ସ୍ଥାନାନ୍ତର : କର୍ଣ୍ଣାଟକର ୭ ଜିଲ୍ଲାରେ ରେଡ୍...

ପ୍ରବଳ ବର୍ଷାରେ ୩ ମୃତ, ୧୦ ହଜାର ସ୍ଥାନାନ୍ତର : କର୍ଣ୍ଣାଟକର ୭ ଜିଲ୍ଲାରେ ରେଡ୍ ଆଲର୍ଟ

ବେଙ୍ଗାଲୁରୁ:  କର୍ଣ୍ଣାଟକରେ ଶୁକ୍ରବାରଠାରୁ ପ୍ରବଳ ବର୍ଷା ଲାଗିରହିଥିବାବେଳେ ପାଣିପାଗ କାର୍ଯ୍ୟାଳୟ ତରଫରୁ ୭ଟି ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି । ଏଗୁଡିକ ହେଲା ଦକ୍ଷିଣ କନ୍ନଡ, ଉଡୁପି, ଉତ୍ତର କନ୍ନଡ, ଶିବମୋଗା, ଚିକ୍‌ମାଗାଲୁର, ହାସାନ୍ ଓ କୋଡାଗୁ। ଆଗାମୀ ୨୪ ଘଣ୍ଟାରେ ଏହି ଜିଲ୍ଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଚେତାବନୀ ଦିଆଯାଇଛି । ଶୁକ୍ରବାର ବର୍ଷା ଯୋଗୁଁ ରାଜ୍ୟରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅଧିକାଂଶ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ୮ଟି ସ୍ଥାନରେ ମାଟିଅତଡା ଖସିଥିବାବେଳେ ୧୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏହାବ୍ୟତୀତ ନିଖୋଜ ବ୍ୟକ୍ତିଙ୍କୁ ଠାବ କରିବାକୁ ଏନ୍‌ଡିଆରଏଫ୍ ଯବାନଙ୍କୁ ମୁତୟନ କରାଯାଇଛି । ମୁଖ୍ୟମନ୍ତ୍ରୀ ବି.ଏସ.ୟେଦୁୟେରପ୍ପା ଇତିମଧ୍ୟରେ ବନ୍ୟା ସ୍ଥିତିକୁ ସମୀକ୍ଷା କରିଛନ୍ତି ।

ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ରିଲିଫ ଯୋଗାଇଦେବାକୁ ସେ ଜିଲ୍ଲାପାଳ ଓ ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କୁୁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ ଓ ବିଧାୟକମାନେ ନିଜ ନିର୍ବାଚନମଣ୍ଡଳୀରେ ଉପସ୍ଥିତ ରହି ଏହି କାର୍ଯ୍ୟ ତଦାରଖ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟା ଜନିତ ପ୍ରକୃତ କ୍ଷୟକ୍ଷତି ସମ୍ପର୍କରେ ଆକଳନ କରାଯାଇନଥିଲେ ସୁଦ୍ଧା ପ୍ରବଳ ବର୍ଷାରେ ୨୧ଟି ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବାବେଳେ ୧୦୦୦ ଲୋକ ବିପନ୍ନ ହୋଇପଡିଥିବା ସରକାରୀଭାବେ କୁହାଯାଇଛି । ୬୫ଟି ପୋଲ, ୧୦ଟି ସ୍କୁଲ ଓ ଦୁଇଟଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କ୍ଷତିଗ୍ରସ୍ତ ହୋଇଛି । ଏହାବ୍ୟତୀତ ୨୯୦ କିମି ଦୈର୍ଘ୍ୟ ସଡକ ସମ୍ପୂର୍ଣ୍ଣ ଧୋଇଯାଇଛି । ସରକାରଙ୍କ ପକ୍ଷରୁ ୮୦ଟି ରିଲିଫ ଶିବିର ଖୋଲାଯାଇଥିବାବେଳେ ସେଠାରେ ପ୍ରାୟ ୫୦୦୦ ଲୋକଙ୍କୁ ଥଇଥାନ କରାଯାଇଛି । ଉଦ୍ଧାର କାର୍ଯ୍ୟରେ ସେନାର ସହାୟତା ନେବାକୁ ଚିନ୍ତା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking