ନୂଆଦିଲ୍ଲୀ: ଟିଭିର ଲୋକପ୍ରିୟ ସିଙ୍ଗିଗ୍ ରିଆଲିଟି ସୋ ଇଣ୍ଡିଆନ୍ ଆଇଡଲ୍-୧୨ ଧିରେ ଧିରେ ଫାଇନାଲ୍ ରାଉଣ୍ଡକୁ ବଢ଼ିବାରେ ଲାଗିଛି ଏବଂ ପ୍ରତିଯୋଗିତା କଠିନ ହେବାରେ ଲାଗିଛି । ଶେଷ ଏପିସୋଡ୍ରେ ଭେଟେରାନ୍ ଗାୟିକା ଆଶା ଭୋସଲେ ଅତିଥି ଭାବେ ସୋ’ ରେ ଯୋଗ ଦେଇଥିଲେ । ସୋ’ ର ନିର୍ମାତାମାନେ ସୋ’ ର କଣ୍ଟେସ୍ଟାଣ୍ଟ୍ ଏବଂ ଦର୍ଶକଙ୍କୁ ଏହି ସିଜିନ୍ର ଟ୍ରୋଫି ମଧ୍ୟ ଦେଖାଇଥିଲେ । ସମସ୍ତ ପ୍ରତିଯୋଗି ମାନେ ଅତିଥି ଆଶା ଭୋସଲେଙ୍କୁ ନିଜ ନିଜ ସିଗିଙ୍ଗ୍ ଟାଲେଣ୍ଟ ଦ୍ୱାରା ପ୍ରଭାବିତ କରିଥିଲେ । ଏହା ସହ ସୋ’ ରୁ ଜଣକୁ ଏଲିମିନେଟ୍ ହେବାର ଥିଲା । ତେବେ ସୋ’ ର ଶେଷ ସମୟରେ ଏଲିମିନେଟ୍ ହେବା ପ୍ରତିଯୋଗିର ନାମ ଦର୍ଶକଙ୍କୁ ଚକିତ କରିଥିଲା । ତେବେ ସୋ’ ର ସବୁଠୁ ଲୋକପ୍ରିୟ କଣ୍ଟେସ୍ଟାଣ୍ଟ୍ ମାନଙ୍କ ମଧ୍ୟରୁ ଆଶିଷ କୁଲକର୍ଣ୍ଣି ଏଲିମିନେଟ୍ ହୋଇଯାଇଥିଲେ ।
ଏହା ପୂର୍ବରୁ ପ୍ରତିଯୋଗି ସବାଇ ଭଟ୍ଟ ଏଲିମିନେଟ୍ ହୋଇଯାଇଥିଲେ । ସବାଇ ମଧ୍ୟ ଆଶିଷ ଭଳି ବହୁତ ଭଲ ସିଙ୍ଗର ଥିଲେ । ସବାଇଙ୍କ ବାହାରିଯିବାରେ ମଧ୍ୟ ଦର୍ଶକ ବହୁତ ଅସନ୍ତୋଷ ପ୍ରକାଶ କରିବା ସହ ସୋ’ ର ନିର୍ମାତାଙ୍କୁ ପକ୍ଷପାତର ଆରୋପ ଲଗାଇଥିଲେ । ଟ୍ୱିଟର ବ୍ୟବହାର କାରିଙ୍କ କହିବା ଅନୁସାରେ ସୋ ର ସନ୍ମୁଖପ୍ରିୟାଙ୍କୁ ବାହାରିବାର ଥିଲା ।
ସୂଚନାନୁସାରେ ଆଶିଷ ଏବଂ ସନ୍ମୁଖପ୍ରିୟା ଦୁହେଁ ରେଡ୍ ଜୋନ୍ରେ ଥିଲେ । ଦୁଇଜଣଙ୍କ ଭିତରୁ ଜଣକୁ ସୋ’ ରୁ ଏଲିମିନେଟ ହେବାର ଥିଲା । ତେବେ ଆଶିଷଙ୍କର ଏଲିମିନେସନ୍କୁ ତାଙ୍କ ପ୍ରଶଂସକମାନେ ଅନ୍ୟାୟ ବୋଲି କହିଛନ୍ତି ଏବଂ ସୋସିଆଲ ମିଡିଆରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି ।