ଦେବଗଡ଼ : ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ମିରିଗିଡିଆ ସାହିରେ ଏମ୍ସ ନର୍ସିଂ ସ୍କୁଲ ନାମରେ ଏକ ଅଣ ପଞ୍ଜିକୃତ ପ୍ରଶିକ୍ଷଣ କେନ୍ଦ୍ର ଖୋଲି ଜିଲ୍ଲାର ଗ୍ରାମାଞ୍ଚଳର ଯୁବତୀ ମାନଙ୍କୁ ଉକ୍ତ ନର୍ସିଂ ବିଦ୍ୟାଳୟର ନିର୍ଦେଶକ ଠକେଇ କରିଥିବା ନେଇ ଉକ୍ତ ବିଦ୍ୟାଳୟ ରେ ନାମ ଲେଖାଇ ଠକେଇ ର ଶିକାର ହୋଇଥିବା ଛାତ୍ରୀ ମାନେ ଆଜି ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ମିରିଗିଡ଼ିଆ ସାହିରେ ରିଆମାଳ ଥାନା ଅନ୍ତର୍ଗତ ଟିଂକବିର ଗ୍ରାମର ସିଦ୍ଧେଶ୍ୱର ସାହୁଙ୍କ ପୁଅ ପ୍ରଶାନ୍ତ କୁମାର ସାହୁ ଗତ 2017 ମସିହାରେ ଏମ୍ସ ନର୍ସିଂ ସ୍କୂଲ ଖୋଲି ନିଜକୁ ଉକ୍ତ ସ୍କୁଲ ର ନିର୍ଦେଶକ ବୋଲି ପରିଚୟ ଦେଇଥିଲେ l ସେହିପରି ଲିଫଲେଟ ମାଧ୍ୟମ ରେ ଉକ୍ତ ସ୍କୁଲ ରେ ନାମ ଲେଖା ପାଇଁ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ରେ ପ୍ରଚାର କରି ଯୁବତୀ ମାନଙ୍କୁ ଆକର୍ଷିତ କରିଥିଲେ l ବିଜ୍ଞାପନ କୁ ବିଶ୍ୱାସ କରି ଗମ୍ଭାରୀପଶି ଗ୍ରାମର ସାରଥୀ ନାଏକଙ୍କ ଝିଅ ବାସନ୍ତି ନାଏକ ଙ୍କ ସମେତ ସେହି ଗ୍ରାମର ଅହଲ୍ୟା ନାଏକ, ସୁନ୍ଦରଗଡ଼ ଜିଲ୍ଲା ଟିକାୟତ ପାଲି ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମର ପଦ୍ମିନୀ କିସାନ, ବୁଢ଼ୀବାହାଳ ଗ୍ରାମର ସସ୍ମିତା କିସାନ,କନଛୋଡ଼ା ଗ୍ରାମର ସୁଜାତା ସାହୁ, ବାଘିଆବନ୍ଧ ଗ୍ରାମର ଝରଣା ପ୍ରଧାନ ଓ ଭାଲୁପାଲି ଗ୍ରାମର ଲକ୍ଷ୍ମୀମୁଣ୍ଡା ଙ୍କ ସମେତ ଅନେକ ଯୁବତୀ ଉକ୍ତ ନର୍ସିଂ ସ୍କୁଲ ରେ ଏକ ବର୍ଷୀୟା ପାଠ୍ୟ କ୍ରମ ପାଇଁ ବିଭିନ୍ନ କିସ୍ତିରେ ଜଣକା ପଚିଶ ହାଜର ପାଞ୍ଚ ସହ ଟଙ୍କା ଲେଖାଏଁ ଜମା କରିଥିଲେ l ଏହା ପରେ ବିଭିନ୍ନ ନିର୍ଦେଶକ ଅନୁଷ୍ଠାନ ର ସାର୍ଟିଫିକେଟ ପ୍ରଦାନ କରିଥିଲେ ମଧ୍ଯ ଏହା କୌଣସି ବିଶ୍ୱବିଦ୍ୟାଳୟ ସ୍ୱୀକୃତି ପ୍ରାପ୍ତ ନଥିବାରୁ ତାଲିମ ଗ୍ରହଣ କରିଥିବା ଛାତ୍ରୀ ମାନେ ବିଭିନ୍ନ ସ୍ଥାନରେ ଚାକିରୀ ପାଇଁ ଆବେଦନ କରିଥିଲେ ମଧ୍ଯ ସେମାନଙ୍କୁ କୌଣସି ଠାରୁ ଇଣ୍ଡିମେଶନ କାର୍ଡ ମଧ୍ଯ ଆସୁ ନଥିଲା l ଏ ନେଇ ଛାତ୍ରୀ ମାନେ ଅନୁଷ୍ଠାନ ର ନିର୍ଦେଶକ ଶ୍ରୀ ସାହୁଙ୍କୁ ବିଭିନ୍ନ ସମୟରେ ଏ ନେଇ ପଚାରିବାରୁ ନିର୍ଦେଶକ ଛାତ୍ରୀ ମାନଙ୍କୁ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରୁନଥିବାରୁ ଛାତ୍ରୀ ମାନେ ଠକେଇ ର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ l ମୁଖ୍ୟତଃ ଗ୍ରାମାଞ୍ଚର ଗରିବ ଆଦିବାସୀ ଶ୍ରେଣୀର ଯୁବତୀ ମାନେ ବହୁ କଷ୍ଟରେ ଟଙ୍କା ଯୋଗାଡ଼ କରି ଭବିଷ୍ୟତ ରେ ଚାକିରୀ ଆଶାରେ ବର୍ଷିକିଆ ପାଠ୍ୟକ୍ରମ ପାଇଁ ନାମ ଲେଖାଇ ଠକେଇ ର ଶିକାର ହେବାପରେ ଶେଷରେ ଆଜି ନ୍ୟାୟ ପାଇଁ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଅନ୍ୟ ପକ୍ଷରେ ଉକ୍ତ ନର୍ସିଂ ବିଦ୍ୟାଳୟ ର ନିର୍ଦେଶକ ପ୍ରଶାନ୍ତ କୁମାର ସାହୁ ଉକ୍ତ ବିଦ୍ୟାଳୟର ଜଣେ ମହିଳା କର୍ମଚାରୀ ଙ୍କୁ ଦୁଷ୍କର୍ମ ସମେତ ହତ୍ୟା ଉଦ୍ୟମ ଅଭିଯୋଗ ରେ ଗତ ଏପ୍ରିଲ 28ତାରିଖ ଦିନ ଦେବଗଡ଼ ଥାନା ପୁଲିସ କୋର୍ଟ ଚାଲାଣ କରିଥିଲା l