19.1 C
Bhubaneswar
Monday, November 18, 2024
Homeଦେଶ ବିଦେଶ୪ ଜିଲ୍ଲାରେ ପଜିଟିଭିଟି ୧୦ ପ୍ରତିଶତରୁ ଅଧିକ

୪ ଜିଲ୍ଲାରେ ପଜିଟିଭିଟି ୧୦ ପ୍ରତିଶତରୁ ଅଧିକ

ନୂଆଦିଲ୍ଲୀ : ଓଡିଶାର ୪ଟି ଜିଲ୍ଲାରେ କରୋନା ପଜିଟିଭିଟି ହାର ୧୦ ପ୍ରତିଶତରୁ ଅଧିକ ରହିଛି । ଦେଶର ମୋଟ ୭୧ ଜିଲ୍ଲାରେ ଏବେ ପଜିଟିଭିଟି ୧୦ ପ୍ରତିଶତରୁ ଅଧିକ ରହିଛି । ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ ଏହି ସୂଚନା ପ୍ରଦାନ କରିଛନ୍ତି । ଅରୁଣାଚଳ ପ୍ରଦେଶରେ ସର୍ବାଧିକ ୧୩ଟି ଜିଲ୍ଲାରେ ପଜିଟିଭିଟି ୧୦ ପ୍ରତିଶତରୁ ବେଶି ରହିଛି ।
ଅନ୍ୟପଟେ ଦେଶରେ କରୋନାରୁ ଆରୋଗ୍ୟ ହାର ୯୭ ପ୍ରତିଶତକୁ ବୃଦ୍ଧି ପାଇଛି । ଜୁନ ୩୦ ସୁଦ୍ଧା ଦେଶରେ ଶହେ ଜିଲ୍ଲାରେ ଶହେରୁ ଅଧିକ କେସ ରହିଛି । ଦେଶରେ ଆକ୍ଟିଭ କେସ ସଂଖ୍ୟା ୫ ଲକ୍ଷ ୯୦ ହଜାରକୁ ହ୍ରାସ ପାଇଛି । ଗତ ସପ୍ତାହ ଅପେକ୍ଷା ଏ ସପ୍ତାହରେ ରୋଗୀ ସଂଖ୍ୟା ୧୩ ପ୍ରତିଶତ କମିଛ ବୋଲିି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ପ୍ରଦାନ କରିଛନ୍ତ  ା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking