ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ମାନେ ଆତଙ୍କ ଖେଳାଇବା ପାଇଁ ଡ୍ରୋନ୍ କୁ ନିଜର ଅସ୍ତ୍ର ଭାବରେ .ଗ୍ରହଣ କରିଛନ୍ତି । କିଛି ଦିନ ହେବ ଲଗାତର ଭାବେ ଭାରତ ସୀମାରେ ଆତଙ୍କବାଦୀଙ୍କ ଡ୍ରୋନ୍ ଦେଖିବାକୁ ମିଳିଛି । ନିକଟରେ ଜମ୍ମୁ ରେ ଏହି ଡ୍ରୋନ୍ ସାହାଯ୍ୟରେ ହିଁ ଆକ୍ରମଣ କରାଯାଇଥିଲା । ଜମ୍ମୁ ଏୟାରପୋର୍ଟରେ ଡ୍ରୋନ୍ ଦ୍ୱାରା ଆକ୍ରମଣ କରାଯିବା ପରେ ଲଗାତର ଭାବରେ ଜମ୍ମୁ ସୀମାରେ ଡ୍ରୋନ୍ ର ଗତିବିଧି ଦେଖିବାକୁ ମିଳିଛି ।
ତେବେ ଏହି ପରିପ୍ରେକ୍ଷୀରେ ପୁଣି ଥରେ ଶୁକ୍ରବାର ଅନ୍ତରାଷ୍ଟ୍ରୀୟ ସୀମାରେ ଅର୍ନିୟା ସୀମାରେ ଡ୍ରୋନ୍ ଉଡୁଥିବା ଦେଖିବାକୁ ମିଳିଥିଲା । ତେବେ ପୂର୍ବରୁ ହୋଇଥିବା ଡ୍ରୋନ୍ ଆକ୍ରମଣ ପରେ ସୀମାରେ ବିଏସଏଫ୍ ଯବାନ ମାନେ ଆଲର୍ଟ ରହିଥିଲେ । ତେଣୁ ଡ୍ରୋନ୍ ଉଡୁଥିବା ଦେଖିବାକୁ ପରେ ବିଏସଏଫ୍ ଯବାନ ମାନେ ତା ଉପରକୁ ଫାୟାରିଂ ଆରମ୍ଭ କରିଦେଇଥିଲେ । ଏହାପରେ ଡ୍ରୋନ୍ ଟି ପାକିସ୍ତାନ ପଟକୁ ଫେରିଯାଇଥିଲା । ଏହାକୁ ଯବାନ ମାନେ ସକାଳ ୪ଟା ୨୫ ମିନିଟ୍ ରେ ସୀମାରେ ଘୂରି ବୁଲୁଥିବା ଦେଖିବାକୁ ପାଇଥିଲେ । ତେଣୁ ପୂର୍ବରୁ ଆଲର୍ଟ ରହିଥିବା ଭାରତୀୟ ଯବାନ ଏହା ଉପରକୁ ତୁରନ୍ତ ଗୁଳି ବିନିମୟ କରିଥିଲେ । ଯାହା ଫଳରେ ଏହା ଫେରିଯାଇଥିଲା ।