ଭୁବନେଶ୍ୱର: ପ୍ରବଳ ଗହଳି ପାଇଁ ତାରିଣୀ ବସ୍ତ୍ରାଳୟକୁ ସିଲ୍ କରିଛି ବିଏମସି । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ବିଏମସି ଚଢାଉ କରିଥିଲା । ଦୋକାନ ମାଲିକଙ୍କ ଠାରୁ ୭୫ ହଜାର ଫାଇନ ମଧ୍ୟ ଆଦାୟ କରାଯାଇଛି । ପ୍ରତି ଗ୍ରାହକଙ୍କ ଠାରୁ ମଧ୍ୟ ୫ ଶହ ଟଙ୍କା ଲେଖାଏଁ ଫାଇନ ଆଦାୟ କରାଯାଇଛି । ଗ୍ରାହକଙ୍କ ଠାରୁ ମୋଟ ୨୫ ହଜାର ଫାଇନ ଆଦାୟ ହୋଇଥିବା ସୂଚନା ମିଳିଛି । ଏନେଇ ବିଏମସି ଆସିଷ୍ଟାଣ୍ଟ କମିଶନର ଲିଲନ ପ୍ରସାଦ ସାହୁ ସୂଚନା ପ୍ରଦାନ କରିଛନ୍ତି ।