ସାନଖେମୁଣ୍ଡ : କରୋନା କଟକଣା ଯୋଗୁଁ ଦୀର୍ଘଦିନ ଧରି ବିଦ୍ୟାଳୟ ବନ୍ଦ ହେବା ସହ ଶ୍ରେଣୀ କକ୍ଷରେ ଶିକ୍ଷାଦାନ ବନ୍ଦ ରହିଛି । ତେବେ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ସରକାର ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ ପାଠପଢ଼ା ବ୍ୟବସ୍ଥା କରିଛନ୍ତି । ଏଣ୍ଡ୍ରଏଡ଼ ମୋବାଇଲରେ ୟୁଟ୍ୟୁବ ଜରିଆରେ ପିଲାମାନେ ପାଠ ପଢ଼ିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ତେବେ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ କିଛି ଗ୍ରାମରେ ଥିବା ଗରିବ ଅଭିଭାବକଙ୍କ ନିକଟରେ ୟୁଟ୍ୟୁବ ପାଠ ପଢେଇବା ପାଇଁ ଦାମିକା ମୋବାଇଲ ନାହିଁ ।
ଆର୍ଥିକ ଦୁର୍ବଳତା ଯୋଗୁଁ ଏଣ୍ଡ୍ରଏଡ଼ ମୋବାଇଲ ସେମାନଙ୍କ ଠାରେ ନଥିବା ବେଳେ ଯାହାର ଅଛି ସେଥିରେ ବି ନେଟୱାର୍କ ଆସୁନି । ଫଳରେ କେତେକ ଘଞ୍ଚ ଉପାନ୍ତ ପାହାଡିଆ ଗ୍ରାମରେ ପ୍ରାଥମିକ ସ୍କୁଲ ପିଲାଙ୍କ ପାଇଁ ଅନଲାଇନ ପାଠପଢ଼ା ସମ୍ଭବ ହୋଇନି । ସାନଖେମୁଣ୍ଡିବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତର ଜାନକାପଲି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ୪୬ ଛାତ୍ରଛାତ୍ରୀ ଥିବା ବେଳେ ସେଥିରୁ ନିକଟସ୍ଥ ଦାମପୁର ଗ୍ରାମରୁ ୨୧ ଜଣ ଅଛନ୍ତି । ତେବେ ଦାମପୁର ଗ୍ରାମର ୨୧ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ନିକଟରେ ମୋବାଇଲିଁ ନାହିଁ । ଏବଂ ସେଠାରେ ନେଟ୍ୱର୍କ ମଧ୍ୟ ଆସୁନି ।