ନୂଆଦିଲ୍ଲୀ: ରାମ ନଗରୀ ଅଯୋଧ୍ୟାରେ ବିକାଶ କାର୍ଯ୍ୟକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା ବୈଠକ କରିଥିଲେ । ପ୍ରାୟ ୪୫ ମିନିଟ ପର୍ଯ୍ୟନ୍ତ ଚାଲିଥିବା ଏହି ବୈଠକରେ ମୋଦି ଅଯୋଧ୍ୟାର ଭିଜନ ଡକ୍ୟୁମେଣ୍ଟ ଦେଖିଥିଲେ । ୟୁପି ସିଏମ ଯୋଗୀ ଆଦିତ୍ୟନାଥ ଓ ଦୁଇ ଡେପୁଟି ସିଏମ କେଶବ ପ୍ରସାଦ ମୌର୍ଯ୍ୟ ଓ ଦିନେଶ ଶର୍ମା ଏହି ବୈଠକରେ ଭର୍ଚୁଆଲି ସାମିଲ ହୋଇଥିଲେ । ବୈଠକ ମଧ୍ୟରେ ଅଯୋଧ୍ୟା ବିକାଶ କାର୍ଯ୍ୟ ନେଇ ଚର୍ଚା ହୋଇଥିଲା । ସମୀକ୍ଷା ବୈଠକରେ ଲାଇଭ ପ୍ରେଜେଣ୍ଟେସନ ଜରିଆରେ ପିଏମ ମୋଦିଙ୍କୁ ଅଯୋଧ୍ୟାରେ ହୋଇଥିବା ବିକାଶ କାର୍ଯ୍ୟର ଅବଗତ କରାଯାଇଥିଲା । ଏହାବ୍ୟତୀତ ପିଏମ ମୋଦି ବୈଠକରେ ଉପସ୍ଥିତ ରହିଥିବା ସମସ୍ତ ଅଧିକାରୀ ଓ ମନ୍ତ୍ରୀଙ୍କ ଠାରୁ ଫିଡବ୍ୟାକ ନେଇଥିଲେ । ମୋଦି ପରାମର୍ଶ ଦେଇ କହିଥିଲେ ଯେ, ରାମ ମନ୍ଦିର ହେବା ପୂର୍ବରୁ ଅଯୋଧ୍ୟାରେ ସମସ୍ତ ବିକାଶ କାର୍ଯ୍ୟ ସଂପୂର୍ଣ୍ଣ କରାଯାଉ ।