20.1 C
Bhubaneswar
Thursday, December 5, 2024
Homeଓଡିଶାକେରଳ ଛୁଇଁଲା ମୌସୁମୀ

କେରଳ ଛୁଇଁଲା ମୌସୁମୀ

ଭୁବନେଶ୍ୱର: କେରଳ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । କେରଳର ଦକ୍ଷିଣାଂଚଳକୁ ମୌସୁମୀ ଛୁଇଁଥିବା ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି । ମୌସୁମୀ ଆଜି କେରଳ ଛୁଇଁବା ନେଇ ପୂର୍ବାନୁମାନ କରିଥିଲା ଆଇଏମଡି । କେରଳ ଛୁଇଁବାର ୧୦/୧୨ ଦିନ ପରେ ମୌସୁମୀ ଓଡିଶା ଛୁଇଁବ  ବୋଲି ଆଇଏମଡି କହିଛି ।   ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁଛି । ଏହାର ପ୍ରଭାବରେ ବର୍ଷା ଆରମ୍ଭ ହୋଇଯାଇଛି । ସେପଟେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ମୌସୁମୀ ବାୟୁ ଓଡିଶା ଉପକୂଳ ଛୁଇଁବା ସମ୍ଭାବନା ରହିଛି । ଜୁନ୍ ୧୫ ତାରିଖ ବେଳକୁ ମୌସୁମୀ ବାୟୁ ପ୍ରଭାବରେ ଓଡିଶାରେ ବର୍ଷା ହୋଇପାରେ । ଏବେ କେରଳରେ କ୍ରମାଗତ ଦୁଇ ଦିନ ପାଇଁ ଲଗାତାର ୨.୫ ମିଲିମିଟର କିମ୍ବା ଅଧିକ ବର୍ଷା ହେବ ବୋଲି କୁହାଯାଉଛି। ତେବେ ଚଳିତ ବର୍ଷ ୪୦ ପ୍ରତିଶତ ଆଶା ମୌସୁମୀ ସ୍ୱାଭାବିକ ହେବ ଏବଂ ୨୧ ପ୍ରତିଶତ ସମ୍ଭାବନା ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ। ଜୁନ୍ ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ବର୍ଷା ହେବାର ଆଶଙ୍କା ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking