19.1 C
Bhubaneswar
Sunday, November 24, 2024
Homeଓଡିଶାପ୍ରେମିକର ବାହାଘର ଭୋଜିବେଳେ ପ୍ରେମିକାର ଧାରଣା

ପ୍ରେମିକର ବାହାଘର ଭୋଜିବେଳେ ପ୍ରେମିକାର ଧାରଣା

ନୟାଗଡ଼ : ପ୍ରେମିକର ବାହାଘର ଭୋଜି ସମୟରେ ପ୍ରେମିକା ଧାରଣା । ଯାହାକୁ ନେଇ ଉକ୍ତ ଗ୍ରାମରେ ତୁମୁଳକାଣ୍ଡ ଘଟିଛି । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁକରି ପ୍ରେମିକକୁ ଥାନାରେ ଅଟକ ରଖିଛି । ଏହି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ତେନ୍ତୁଳିଆପଲ୍ଲୀ ଗ୍ରାମରେ । ସୂଚନା ଅନୁଯାୟୀ, ଗ୍ରାମର ବାପୁନୀ ନାୟକଙ୍କର ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପ୍ରେମ ସମ୍ପର୍କକୁ ନେଇ ପ୍ରେମିକ ବାପୁନୀ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲେ । ମାସେ ହେଲା ବାପୁନୀ ଆଉ ଯୁବତୀଙ୍କ ଫୋନ୍ ଉଠାଇନଥିଲା ।

ଯୁବତୀ ଜଣକ ପ୍ରେମିକର ବିବାହ ସରିଥିବା ଖବର ଜାଣିବାକୁ ପାଇଥିଲେ । ଗତକାଲି ସନ୍ଧ୍ୟାରେ ପ୍ରେମିକର ଚତୃର୍ଥୀ ଭୋଜି ଚାଲିଥିବା ବେଳେ ଯୁବତୀ ଜଣକ ହଠାତ୍ ତେନ୍ତୁଳିଆପଲ୍ଲୀ ଗ୍ରାମରେ ପହଞ୍ଚି ବାପୁନୀର ଘର ସମ୍ମୁଖରେ ଧାରଣା ଦେଇଥିଲା। ଇଟାମାଟି ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବାପୁନୀ ଓ ଯୁବତୀଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା । ଯୁବତୀର ଅଭିଯୋଗକୁ ଭିତ୍ତିକରି ଇଟାମାଟି ଥାନାରେ ଏକ ମାମଲା ରୁଜୁ କରାଯାଇ ପ୍ରେମିକକୁ ଅଟକ ରଖିଥିବା ଭାରପ୍ରାପ୍ତ ଥାନା ଅଧିକାରୀ ବସନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking