23.1 C
Bhubaneswar
Friday, November 22, 2024
Homeଓଡିଶାଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ, ମହିଳାଙ୍କ ଜୀବନ ଗଲା

ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ, ମହିଳାଙ୍କ ଜୀବନ ଗଲା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅବେହେଳିତ ସ୍ୱାସ୍ଥ୍ୟ ସେବା ସୋମବାର ଜଣେ ପ୍ରସୂତିଙ୍କ ଜୀବନ ନେଇଛି । ତୁମୁଡ଼ିବନ୍ଧ ବ୍ଲକର ଝିରିପାଣି ପଞ୍ଚାୟତ ସେଚାଙ୍ଗାଡା ଗ୍ରାମର ଭୂପେନ୍ଦ୍ର ମାଝୀଙ୍କ ସ୍ତ୍ରୀ ଗାଦା ମାଝି (୩୬)ଙ୍କ ପ୍ରସବ ଯନ୍ତ୍ରଣାରୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାକୁ ୧୦୮ ଆମ୍ବୁଲାନ୍ସକୁ ଡକାଯାଇଥିଲା । ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ନିଜ ଘରେ ହିଁ ସେଚାଙ୍ଗାଡା ଗ୍ରାମର ଆଶା କର୍ମୀଙ୍କ ଉପସ୍ଥିତିରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ଆମ୍ବୁଲାନ୍ସ ପହଞ୍ôଚବା ପରେ ମାଁ ଓ ଶିଶୁକୁ ଅଲଗା କରିବା ପାଇଁ ଫାର୍ମାସିଷ୍ଟ ଜଣକ କହିଥିଲେ । କିନ୍ତୁ ପ୍ରସୂତି ପରିବାର ନାଭି କାଟିବା ପାଇଁ ବାରଣ କରିଥିଲେ ।

ଫାର୍ମାସିଷ୍ଟ ଜଣକ ସବୁ ଜାଣିଛି କହି ନାଭି କାଟି ଦେଇଥିଲେ । ତେବେ ଶିଶୁ ନାଭିରେ କଡ କ୍ଲାମ୍ପ ବା କ୍ଲିପ୍ ଲଗାଇଥିବା ବେଳେ ମାଁର ନାଡରେ କଡ କ୍ଲାମ୍ପ ବା କ୍ଲିପ୍ ଲଗାଇନଥିବା ଯୋଗୁଁ ମାଁ ଗାଦା ମାଝୀଙ୍କ ପ୍ରବଳ ରକ୍ତଶ୍ରାବ ହୋଇଥିଲା । ରୋଗୀ ଡାକ୍ତରଖାନା ଆସିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଏକ ବେସରକାରୀ ବୋଲେର ଯୋଗେ ଗାଦା ମାଝୀଙ୍କ ମୃତ ଶରିର ଓ ନବଜାତ ଶିଶୁ ପୁତ୍ରକୁ ଗାଁକୁ ପଠାଇଦେଇଥିଲେ ସ୍ୱାସ୍ଥ୍ୟ କେନ୍ଦ୍ର କର୍ତ୍ତୃପକ୍ଷ । ମୃତକଙ୍କ ପରିବାର ପକ୍ଷରୁ ଏଭଳି ଅଭିଯୋଗ ପରେ ଡାକ୍ତରଖାନା ଅଧିକାରୀ ଡ. ଅଭିଷେକ ନାୟକଙ୍କୁ ଆମେ ଭେଟିଥିଲୁ । ସେ କହିଲେ ଏଠାରେ କୌଣସି ଅବ୍ୟବସ୍ଥା ହୋଇନାହିଁ ।

ଘରେ ପ୍ରସବ ଯୋଗୁ ଅଧିକ ରକ୍ତସ୍ରାବରୁ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ପରେ ସରକାରଙ୍କ ମାଁ ଓ ଶିଶୁ ସୁରକ୍ଷା ପ୍ରତିଶ୍ରୁତି ତୁମୁଡ଼ିବନ୍ଧ ଅଞ୍ଚଳର ଚିତ୍ରକୁ ସ୍ପଷ୍ଟ କରିଛି ବୋଲି ପୁର୍ବତନ ବିଧାୟକ କରେନ୍ଦ୍ର ମାଝୀ ପ୍ରତିକ୍ର୍ରୀୟା ରଖିଛନ୍ତି । ଅନ୍ୟପକ୍ଷରେ ଗମନା ଗମନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ବ୍ଳକର ଏଭଳି ଅନେକ ଗ୍ରାମକୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ନଥିବା ଯୋଗୁଁ ଜରୁରୀ ସମୟରେ ସଂପୃକ୍ତ ଅଞ୍ଚଳବାସୀ ଠିକ୍ ସମୟରେ ସ୍ୱାସ୍ଥ୍ୟସେବା ନ ପାଇ ଏଭଳି ଘଟଣାର ସାମ୍‌ନା କରିବାକୁ ପଡୁଛି । ଘଟଣାର ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking